କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିରରେ ବନକଲାଗି ନୀତି ପ୍ରସଙ୍ଗ । ମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ଦତ୍ତମହାପାତ୍ରଙ୍କ ବିରୋଧ । ପ୍ରଶାସନ କହିଛି କାଲି ବନକଲାଗି ହେବ ବୋଲି । ମାତ୍ର ସେମାନେ ପ୍ରସ୍ତୁତ ନଥିବା କଥା କହିଛନ୍ତି ଦତ୍ତମହାପାତ୍ର । ଏହା ସହ ଦତ୍ତମହାପାତ୍ର ସେବାୟତଙ୍କ କହିବା କଥା ଗୁରୁବାର ହେବ ବନକଲାଗି ନୀତି ।
ତେବେ ଶ୍ରୀଜିଉଙ୍କ ବନକଲାଗି ନୀତିକୁ ନେଇ ବିବାଦ କିଛି ଦିନ ଧରି ଲାଗି ରହିଛି । ନୀଳାଦ୍ରିବିଜେ ପରଠୁ ରତ୍ନସିଂହାସନରେ ବନକଲାଗି ନୀତି ହୋଇନି । ଏହାକୁ ନେଇ ସେବାୟତ ଓ ପ୍ରଶାସନ ମଧ୍ୟରେ ବିବାଦ ଚାଲିଛି । ତେବେ ଗୁରୁବାର ବନକଲାଗି ନୀତି ହେବା ନେଇ ନିୟମ ରହିଥିବା କହିଛନ୍ତି ସେବାୟତ । ମାତ୍ର ପ୍ରଶାସନ ବୁଧବାର କରିବାକୁ କହୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/24-13.jpg)