ଶତ ପ୍ରତିଶତ କାମ ଦେବ ନାହିଁ କରୋନା ଟିକା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୟାନ ପରେ ବଢ଼ିଲା ଦ୍ୱନ୍ଦ୍ୱ । ଏପଟେ ଆଇସିଏମ୍ଆର କହିଲା, ୫୦ ପ୍ରତିଶତରୁ ଅଧିକ କାମ ଦେଲେ ଟିକା ବ୍ୟବହାର ପାଇଁ ମିଳିବ ଅନୁମତି

379

କନକ ବ୍ୟୁରୋ : କରୋନା ଟିକା କେବେ ଆସିବ ସେନେଇ କୌଣସି ଉତ୍ତର କାହା ପାଖରେ ନାହିଁ । ଆଉ ଏଭଳି ସ୍ଥିତିରେ କରୋନା ରୋଗୀଙ୍କୁ ଟିକା ଦେବା ପ୍ରସଙ୍ଗରେ ଦୁଇଟି ବଡ଼ ମନ୍ତବ୍ୟ ଆସିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଟିକା କାମ ଦେବ ବୋଲି ସେ ନିଶ୍ଚିତ ନୁହେଁ । ତେବେ ଏଭଳି ମନ୍ତବ୍ୟ ପରେ ଏବେ ଟିକାକୁ ନେଇ ଦ୍ୱନ୍ଦ୍ୱ ବଢିଯାଇଛି ।

ଆଇସିଏମ୍ଆର କହିଛି, ଟିକା ୫୦ ପ୍ରତିଶତ କାମ ଦେଲେ ବି ବ୍ୟବହାର ପାଇଁ ଅନୁମତି ମିଳିବ । ଏହି ଦୁଇଟି ମତରୁ ଗୋଟିଏ କଥା ସ୍ପଷ୍ଟ ଯେ, କରୋନା ଟିକାର ଶତପ୍ରତିଶତ ସଫଳତା ଆଶା କରିବା ହୁଏତ ବର୍ତମାନ ସମୟରେ ବୃଥା ।

Comments are closed.