କନକ ବ୍ୟୁରୋ : କରୋନା ଟିକା କେବେ ଆସିବ ସେନେଇ କୌଣସି ଉତ୍ତର କାହା ପାଖରେ ନାହିଁ । ଆଉ ଏଭଳି ସ୍ଥିତିରେ କରୋନା ରୋଗୀଙ୍କୁ ଟିକା ଦେବା ପ୍ରସଙ୍ଗରେ ଦୁଇଟି ବଡ଼ ମନ୍ତବ୍ୟ ଆସିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଟିକା କାମ ଦେବ ବୋଲି ସେ ନିଶ୍ଚିତ ନୁହେଁ । ତେବେ ଏଭଳି ମନ୍ତବ୍ୟ ପରେ ଏବେ ଟିକାକୁ ନେଇ ଦ୍ୱନ୍ଦ୍ୱ ବଢିଯାଇଛି ।
ଆଇସିଏମ୍ଆର କହିଛି, ଟିକା ୫୦ ପ୍ରତିଶତ କାମ ଦେଲେ ବି ବ୍ୟବହାର ପାଇଁ ଅନୁମତି ମିଳିବ । ଏହି ଦୁଇଟି ମତରୁ ଗୋଟିଏ କଥା ସ୍ପଷ୍ଟ ଯେ, କରୋନା ଟିକାର ଶତପ୍ରତିଶତ ସଫଳତା ଆଶା କରିବା ହୁଏତ ବର୍ତମାନ ସମୟରେ ବୃଥା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/36-2.jpg)