କଟକ ସିଏମସି କାଉନସିଲ ବୈଠକରେ ହୋହାଲ୍ଲା: ଛତ୍ରବଜାର ଅର୍ବାନ ହାଟର ସିଟ୍ ଆବଂଟନକୁ ନେଇ ପାଟିତୁଣ୍ଡ

Advertisment
କଟକ ସିଏମସି କାଉନସିଲ ବୈଠକରେ ହୋହାଲ୍ଲା: ଛତ୍ରବଜାର ଅର୍ବାନ ହାଟର ସିଟ୍ ଆବଂଟନକୁ ନେଇ ପାଟିତୁଣ୍ଡ

କନକ ବ୍ୟୁରୋ: ସିଏମସି କାଉନସିଲ ବୈଠକରେ ହୋହାଲ୍ଳା ଓ ପାଟିତୁଣ୍ଡ । କଟକ ଛତ୍ରବଜାର ଅର୍ବାନ ହାଟରେ ସିଟ୍ ଆଲଟମେଂଟ ନେଇ ସିଏମସି କାଉନସିଲ ବୈଠକରେ ପାଟିତୁଣ୍ଡ କରିଛନ୍ତି ବିରୋଧୀ କର୍ପୋରେଟର । ଅର୍ବାନ ହାଟରେ ବ୍ୟବସାୟୀ ବସିବା ନେଇ ହୋଇଥିବା କମିଟି ନିଷ୍ପତିକୁ ବିରୋଧ କରି ପାଟିତୁଣ୍ଡ କରିଛନ୍ତି । ସିଏମସି ମେୟର ଓ କମିଶନରଙ୍କୁ ସ୍ପଷ୍ଟୀକରଣ ମାଗି କଂଗ୍ରେସ କର୍ପୋରେଟର ଘେରିଛନ୍ତି । ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ମେୟର ଓ କମିଶନରଙ୍କୁ ଜବାବ ମାଗିଛନ୍ତି ବିରୋଧୀ । ସିଏମସି କାଉନସିଲ ତେବେ ପାଟିତୁଣ୍ଡ ହେବାପରେ ବୈଠକ ଅଧାରୁ ପଳାଇ ଯାଇଛନ୍ତି ମେୟର ଓ କମିଶନର । ଛତ୍ରବ୍ରଜାର ଅର୍ବାନ ହାଟର ସିଟ୍ ବଂଟନକୁ ନେଇ ବିବାଦ ଲାଗି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe