ରୁଷ୍ ଓ ବ୍ରିଟେନ ମଧ୍ୟରେ ଉତେଜନା । କୃଷ୍ଣ ସାଗରରେ ବ୍ରିଟେନ୍ ଜାହାଜ ଉପରେ ରୁଷ୍ ପକ୍ଷରୁ ଗୁଳିଚାଳନା । ରୁଷ୍ କହିଲା ବେଆଇନ ଭାବେ ଜଳସୀମାରେ ପ୍ରବେଶ କରିଥିବାରୁ କରାଗଲା କାର୍ଯ୍ୟାନୁଷ୍ଠାନ

Advertisment
ରୁଷ୍ ଓ ବ୍ରିଟେନ ମଧ୍ୟରେ ଉତେଜନା । କୃଷ୍ଣ ସାଗରରେ ବ୍ରିଟେନ୍ ଜାହାଜ ଉପରେ ରୁଷ୍ ପକ୍ଷରୁ ଗୁଳିଚାଳନା । ରୁଷ୍ କହିଲା ବେଆଇନ ଭାବେ ଜଳସୀମାରେ ପ୍ରବେଶ କରିଥିବାରୁ କରାଗଲା କାର୍ଯ୍ୟାନୁଷ୍ଠାନ

British Royal Navy's Type 45 destroyer HMS Defender arrives at the Black Sea port of Odessa, Ukraine June 18, 2021. Picture taken June 18, 2021. REUTERS/Sergey Smolentsev

କନକ ବ୍ୟୁରୋ: ରୁଷ୍ ଓ ବ୍ରିଟେନ ମଧ୍ୟରେ ଉତେଜନା ପ୍ରକାଶ ପାଇଛି । ବ୍ରିଟେନର ଜାହାଜ ଉପରେ ରୁଷ୍ ପକ୍ଷରୁ ଗୁଳିଚାଳନା କରାଯାଇଥିବାର ଖବର ପରେ ଏହି ଉତେଜନା ବଢ଼ିଛି । କୃଷ୍ଣ ସାଗରରେ ଏହି ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ରୁଷର କହିବା କଥା କ୍ରିମିଆ ନିକଟରେ ଏହାର ଜଳଭାଗ ମଧ୍ୟକୁ ବ୍ରିଟେନର ଜାହାଜ ପଶି ଆସିଥିଲା । ଚେତାବନୀ ସତ୍ୱେ ଏହା ନଫେରିବାରୁ ଜବାବୀ କାର୍ଯ୍ୟାନୁଷ୍ଠାନ କରିବାକୁ ପଡ଼ିଥିଲା ବୋଲି ରୁଷ୍ କହିଛି ।

ତେବେ ରୁଷର ଏହି କଥାକୁ ବ୍ରିଟେନ ଖଣ୍ଡନ କରିଥିଲା । କିନ୍ତୁ ପରେ ବ୍ରିଟେନ ପକ୍ଷରୁ ରୁଷକୁ ଜବାବ ଦେବାକୁ ପ୍ରସ୍ତୁତି କରାଯାଉଥିବାର ସୂଚନା ମିଳିଛି । କ୍ରିମିଆକୁ ରୁଷ୍ ୨୦୧୪ରେ ମିଶାଇ ଦେଇଥିଲା । ଏହା ପୂର୍ବରୁ କ୍ରିମିଆ ୟୁକ୍ରେନର ଅଂଶ ଥିଲା । କୃଷ୍ଣ ସାଗର ବା ବ୍ଲାକ ସି ଏହି ଅଂଚଳରେ ରହିଛି । ତେଣୁ ଏହି ଅଂଚଳକୁ କୌଣସି ବିଦେଶୀ ଜାହାଜ ଗଲେ ରୁଷ୍ ଏହାକୁ ବିରୋଧ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe