କନକ ବ୍ୟୁରୋ: ରୁଷ୍ ଓ ବ୍ରିଟେନ ମଧ୍ୟରେ ଉତେଜନା ପ୍ରକାଶ ପାଇଛି । ବ୍ରିଟେନର ଜାହାଜ ଉପରେ ରୁଷ୍ ପକ୍ଷରୁ ଗୁଳିଚାଳନା କରାଯାଇଥିବାର ଖବର ପରେ ଏହି ଉତେଜନା ବଢ଼ିଛି । କୃଷ୍ଣ ସାଗରରେ ଏହି ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ରୁଷର କହିବା କଥା କ୍ରିମିଆ ନିକଟରେ ଏହାର ଜଳଭାଗ ମଧ୍ୟକୁ ବ୍ରିଟେନର ଜାହାଜ ପଶି ଆସିଥିଲା । ଚେତାବନୀ ସତ୍ୱେ ଏହା ନଫେରିବାରୁ ଜବାବୀ କାର୍ଯ୍ୟାନୁଷ୍ଠାନ କରିବାକୁ ପଡ଼ିଥିଲା ବୋଲି ରୁଷ୍ କହିଛି ।
ତେବେ ରୁଷର ଏହି କଥାକୁ ବ୍ରିଟେନ ଖଣ୍ଡନ କରିଥିଲା । କିନ୍ତୁ ପରେ ବ୍ରିଟେନ ପକ୍ଷରୁ ରୁଷକୁ ଜବାବ ଦେବାକୁ ପ୍ରସ୍ତୁତି କରାଯାଉଥିବାର ସୂଚନା ମିଳିଛି । କ୍ରିମିଆକୁ ରୁଷ୍ ୨୦୧୪ରେ ମିଶାଇ ଦେଇଥିଲା । ଏହା ପୂର୍ବରୁ କ୍ରିମିଆ ୟୁକ୍ରେନର ଅଂଶ ଥିଲା । କୃଷ୍ଣ ସାଗର ବା ବ୍ଲାକ ସି ଏହି ଅଂଚଳରେ ରହିଛି । ତେଣୁ ଏହି ଅଂଚଳକୁ କୌଣସି ବିଦେଶୀ ଜାହାଜ ଗଲେ ରୁଷ୍ ଏହାକୁ ବିରୋଧ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/Russia-issued-a-warning-fire-to-a-British-ship-in.jpg)