କନକ ବ୍ୟୁରୋ : କଟକ ନେତାଜୀ ବସ୍ ଟର୍ମିନାଲ ଉଦଘାଟନ ପୂର୍ବରୁ ବିବାଦ । ବିନା ବିଜ୍ଞାପନରେ କଟକ ମ୍ୟୁନିସିପାଲଟି କମିଶନ ନିଯୁକ୍ତି ଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏପରିକି ଯେଉଁ ସଂସ୍ଥାକୁ ନିଯୁକ୍ତି ପାଇଁ ଦାୟିତ୍ୱ ଦିଆଯାଇଛି ତାହା ରାଜ୍ୟ ବାହାରର ସଂସ୍ଥା । ତେଣୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତିରେ ଗୁରୁତ୍ୱ ମିଳୁନି ବୋଲି ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବାଦାମବାଡି- ଖାନନଗର ରାସ୍ତାରେ ଲୋକେ ଏକାଠି ହୋଇ ରାସ୍ତାରୋକ କରିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୧୩ ତାରିଖକୁ ଏହି ପ୍ରତିକ୍ଷୀତ ବସ ଟର୍ମିନାଲର ଟ୍ରାଏଲ ରନ୍ ହେବ କିନ୍ତୁ ୧୬ରେ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି ।

Advertisment