ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଜନପ୍ରତିନିଧିଙ୍କ ଧାରଣା : ମୋ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ମିଳିତ ମଞ୍ଚର ପ୍ରସ୍ତାବ ଅଗ୍ରାହ୍ୟ

ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଜନପ୍ରତିନିଧିଙ୍କ ଧାରଣା : ମୋ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ମିଳିତ ମଞ୍ଚର ପ୍ରସ୍ତାବ ଅଗ୍ରାହ୍ୟ

କନକ ବ୍ୟୁରୋ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଜନପ୍ରତିନିଧିଙ୍କ ଧାରଣା । ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଧାରଣା ଦେଇଛନ୍ତି ୧୫ଟି ପଞ୍ଚାୟତର ଜନପ୍ରତିନିଧି । ଏମାନେ ସମସ୍ତେ ମିଳିତ ମଞ୍ଚ ସମର୍ଥିତ । ରାଜ୍ୟ ସରକାରଙ୍କ ମୋ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ମିଳିତ ମଞ୍ଚ ଦେଇଥିବା ପ୍ରସ୍ତାବ ଅଗ୍ରାହ୍ୟ ହେବାରୁ ଏମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଜିଲ୍ଲାପାଳ ଅନୁପସ୍ଥିତ, ତାଙ୍କ ସ୍ଥାନରେ ଏଡିଏମ କୈଳାଶ ନାୟକ ଅଛନ୍ତି । ୧୫ଟି ପଞ୍ଚାୟତର ଜନପ୍ରତିନିଧ ପ୍ରଶ୍ନ କରିଛନ୍ତି ତାଙ୍କ ପ୍ରସ୍ତାବ କିଭଳି ଅଗ୍ରାହ୍ୟ ହେଲା ? ଆଉ ଅଗ୍ରାହ୍ୟ ପାଇଁ ସ୍ଥାନୀୟ ବିଡିଓଙ୍କୁ ଦାୟୀ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe