ଅନଲାଇନ୍ ସପିଂ କରିବା ସମୟରେ କେଉଁ ସବୁ ସମସ୍ୟାର ସାମ୍ନା କରିବାକୁ ପଡ଼େ, ତାହା ଭଲ ଭାବରେ ସମସ୍ତେ ଜାଣିଥିବେ । ଠିକ୍ ସମୟରେ ଡେଲିଭର ନ ହେବା ବା ଭୁଲ ଜିନିଷ ଡେଲିଭର ହେବା ଭଳି ସମସ୍ୟା ଆଜିକାଲି ସାଧାରଣ ହୋଇ ଗଲାଣି । ଏ ନେଇ ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ପ୍ରଭାବ ପଡ଼ୁନଥିବା ଦେଖାଯାଇଛି । ଏବେ ପୁଣି ଜଣେ ଯୁବତୀ ଅନଲାଇନରେ ସ୍କଟ୍ ଅର୍ଡର କରି ନିରାଶ ହୋଇଥିବା ଦେଖାଯାଇଛି ।
ସୂଚନା ମୁତାବକ, ଇଂଲଣ୍ଡରେ ରହୁଥିବା ୨୧ ବର୍ଷୀୟା ଲିୟୋନି ଅନଲାଇନ୍ ସାଇଟରୁ ଏକ ସ୍କଟ୍ ଅର୍ଡର କରିଥିଲେ । ସ୍କଟଟି ଠିକ୍ ସମୟରେ ଡେଲିଭର ହୋଇଥିଲା ସତ, କିନ୍ତୁ ସେଥିରେ ଆସିଥିବା ଜିନିଷ ଦେଖି ଲିୟୋନି ରାଗିଯିବା ସହ ଏହାର ଫଟୋ ଟୁଇଟ୍ କରି କମ୍ପାନିକୁ ଜଣାଇଥିଲେ । ସ୍କଟର ପ୍ୟାକେଟ୍ ସହ ବ୍ୟବହାର କରାଯାଇ ସାରିଥିବା କଣ୍ଡୋମର ପ୍ୟାକେଟ ଲାଗି ରହିଥିବା ଦେଖି ସେ ଏହାର ଫଟୋ ଉଠାଇ ଟୁଇଟ୍ କରିଥିଲେ ଯାହା ଏବେ ଭାଇରାଲ ହୋଇଛି ।
Follow Us
/kanak/media/post_attachments/wp-content/uploads/2019/02/used-condom-in-new-dress3-750x430-300x172.jpg)