ବାତ୍ୟା ପାଇଁ ସମୁଦ୍ର ଭିତରେ ସ୍ଥିତି ଅନୁକୂଳ। ବାତ୍ୟା ପଛର କାରଣ କଣ? ସମୁଦ୍ର ଭିତରେ କେମିତି ତିଆରି ହୁଏ ବାତ୍ୟା...

ବାତ୍ୟା ପାଇଁ ସମୁଦ୍ର ଭିତରେ ସ୍ଥିତି ଅନୁକୂଳ। ବାତ୍ୟା ପଛର କାରଣ କଣ? ସମୁଦ୍ର ଭିତରେ କେମିତି ତିଆରି ହୁଏ ବାତ୍ୟା...

କନକ ବ୍ୟୁରୋ: ସମୁଦ୍ର ଭିତରେ ଅନେକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଥିଲେ ବି ସବୁ ଲଘୁଚାପ ବାତ୍ୟାର ରୂପ ନେଇ ନଥାଏ । ସମୁଦ୍ର ଭିତରେ ଯେତେବେଳ ବାତ୍ୟା ପାଇଁ ଅନୁକୂଳ ସ୍ଥିତି ରହିଥାଏ ସେତେବେଳେ ଲଘୁଚାପ ବାତ୍ୟାର ରୂପ ନେଇଥାଏ । ଆଉ ସମୁଦ୍ର ଭିତରର ସ୍ଥିତିକୁ ଦେଖି ବାତ୍ୟା ସମ୍ଭାବନା ଅଛି କି ନାହିଁ ତାର ପୂର୍ବାନୁମାନ କରେ ପାଣିପାଗ ସଂସ୍ଥା । ବିଶେଷ କରି ସମୁଦ୍ରର ଅବସ୍ଥା, ସମୁଦ୍ରର ତାପମାତ୍ରା, ସମୁଦ୍ରର ତାପଜଶକ୍ତି, ବାୟୁମଣ୍ଡଳରେ ପବନର ବେଗକୁ ହିସାବକୁ ନେଇ ବାତ୍ୟା ଆକଳନ କରିଥାଏ ପାଣିପାଗ ସଂସ୍ଥା ।

ଏବେ ନଜର ପକାନ୍ତୁ ବାତ୍ୟା ପାଇଁ କେମିତି ଅନୁକୂଳ ରହିଛି ସମୁଦ୍ର ଭିତରର ସ୍ଥିତି । ପାଣିପାଗ ଉପରେ ଗବେଷଣା କରୁଥିବା ବଶେଷଜ୍ଞଙ୍କ ସୂଚନା ଅନୁସାରେ
- ବଙ୍ଗୋପସାଗରରେ ବର୍ତ୍ତମାନ ତାପମାତ୍ରା ୨୯ରୁ ୩୧ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଛି
- ୨୬.୫ଡିଗ୍ରୀରୁ ଅଧିକ ତାପମାତ୍ରା ରହିଲେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଅଧିକ
- ମ୍ୟାଡ଼େନ ଜୁଲିଆନ ଅସ୍କିଲେସନ ଇଣ୍ଡେକ୍ସ ପର୍ଯ୍ୟାୟ ୬ରେ ରହିଛି ଓ ଏହାର ତୀବ୍ରତା ୧ ଉପରେ ଅଛି
- କ୍ରମେ ଏହାର ତୀବ୍ରତା ବୃଦ୍ଧି ପାଇବା ସହ ଆଗାମୀ ୪ ଦିନ ଧରି ଏହା ଷଷ୍ଠ ପର୍ଯ୍ୟାୟରେ ରହିବ
- ଯାହା ବାଦଲ ଏକତ୍ରୀକରଣରେ ସାହାଯ୍ୟ କରିବ
- ଆଣ୍ଡାମାନ ସାଗରରେ ପବନର ବେଗ ପାଖାପାଖି ୨୮ କିମି ପ୍ରତି ଘଣ୍ଟା ରହିଛି
- ଏହା ମଧ୍ୟ ବାତ୍ୟା ଦାନା ବାନ୍ଧିବାରେ ସାହାଯ୍ୟ କରିବ
ଏହି ସବୁ କାରଣକୁ ନେଇ ଭାରତୀୟ ପାଣିପାଗ ବିଭାଗ ସାମୁଦ୍ରିକ ଝଡ଼ ସୃଷ୍ଟି ହେବା ନେଇ ଆକଳନ କରୁଛି । ଏଥସହ ରାଡାରର ସୂଚନା, ସାଟେଲାଇଟ୍ ତଥ୍ୟକୁ ବିଶ୍ଳେଷଣ କରି ବାତ୍ୟାର ଆକଳନ କରିଥାଏ ପାଣିପାଗ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe