ନାମକୁ ମାତ୍ର ଫାଇଭ-ଟି ସ୍କୁଲ: ବାହାରୁ ଚକଚକ୍ ଭିତରେ ଫମ୍ପା, କେଉଁଠି ଖସିଲାଣି ଛାତ, ଆଉ କେଉଁଠି ଛାତରୁ ଗଳୁଛି ପାଣି

180

କନକ ବ୍ୟୁରୋ: ଛାତ୍ରଛାତ୍ରୀ ସ୍ମାର୍ଟ କ୍ଳାସରେ ପାଠ ପଢିବେ। ସରକାରୀ ବିଦ୍ୟାଳୟରେ ମିଳିବ ଘରୋଇ ବିଦ୍ୟାଳୟର ସୁବିଧା। ଏହି ସ୍ୱପ୍ନକୁ ନେଇୁ ବିଗତ ସରକାର ଫାଇଭ-ଟି ସ୍କୁଲର ଆଖ୍ୟା ଦେଇ ପୁରୁଣା ସ୍କୁଲର ରୁପାନ୍ତିକରଣ କଲେ। କିନ୍ତୁ ବାସ୍ଥବ ଚିତ୍ର କିଛି ଭିନ୍ନ କଥା କହୁଛି । ଯୋଜନାର ମୁଖା ଖୋଲି ଦେଉଛି। ବାହାରୁ ସୁନ୍ଦର ଦେଖାଯାଉଥିବା ବିଦ୍ୟାଳୟର ଭିତର ଫମ୍ପା।

ଜୟପୁର ଆମ୍ବାଗୁଡ଼ା ଉଚ୍ଚ ବିଦ୍ୟାଳୟର ଚିତ୍ର ବାହାରୁ ସୁନ୍ଦର, ଭିତରେ ଛାତରୁ ସିଲିଂ ଖସି ପଡ଼ିଲାଣି । କ୍ଲାସ ରୁମରେ ଲାଗିଥିବା କମ୍ପୁଟର, ସିସିଟିଭି କ୍ୟାମେରା ସବୁ ନଷ୍ଟ ହେବାକୁ ବସିଲାଣି । ଖାଲି ସେତିକି ନୁହେଁ ବର୍ଷା ହେଲେ ଛାତରୁ ପାଣି ଗଳୁଛି। ଛାତ୍ରଛାତ୍ରୀ ବସିବା କଷ୍ଟକର ହୋଇପଡିଛି ।

ହାଡ଼ିଆ ପଞ୍ଚାୟତରେ ଥିବା ଆଉ ଏକ ଫାଇଭ-ଟି ସ୍କୁଲର ଚିତ୍ର ବି ସମାନ। ସ୍କୁଲ ଭିତର ଠିକ ଅଛି। କିନ୍ତୁ ଛାତରୁ ପାଣି ଗଳୁଛି। ତାକୁ ରୋକିବା ପାଇଁ ଛାତ ଉପରେ ଟିଣ ଛପର କାମ ଚାଲିଛି। ସେପଟେ ଜୟପୁର ବ୍ଳକର ଅତିରିକ୍ତ ଯନ୍ତ୍ରୀ କହିଛନ୍ତି, ଆମ୍ବାଗୁଡ଼ା ସ୍କୁଲର ଫାଇଭ-ଟି ସ୍ମାର୍ଟ କ୍ଳାସ ରୁମ ପାଇଁ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ହାଡ଼ିଆ ସ୍କୁଲ ପାଇଁ ଖର୍ଚ୍ଚ ହୋଇଛି ୪୫ଲକ୍ଷ ଟଙ୍କା । ସରକାର ବଦଳିଗଲେ, ଫାଇଭ-ଟି ନାମ ହଟିଗଲା । ଏବେ ଅଧପନ୍ତରିଆ ଅବସ୍ଥାରେ ପଡ଼ିଥିବା ବିଦ୍ୟାଳୟ କାମ କିଏ କରିବ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି।