କନକ ବ୍ୟୁରୋ: ଜାତିସଂଘର ଜରୁରୀ ସ୍ୱତନ୍ତ୍ର ଅଧିବେଶନରେ ରୁଷ୍ ବିରୋଧରେ ବୁଧବାର ଦିନ ନିନ୍ଦା ପ୍ରସ୍ତାବ ଅଣାଯାଇଥିଲା। ୟୁକ୍ରେନର ୪ ଅଞ୍ଚଳକୁ ରୁଷ୍ ଦଖଲ କରିବାକୁ ବିରୋଧ କରି ଅଣାଯାଇଥିବା ନିନ୍ଦା ପ୍ରସ୍ତାବକୁ ୧୪୩ଟି ରାଷ୍ଟ୍ର ସମର୍ଥନ କରି ଭୋଟ୍ ଦେଇଥିଲେ। କେବଳ ୪ଟି ରାଷ୍ଟ୍ର ରୁଷ୍କୁ ସମର୍ଥନ କରିଥିଲେ। ଅନ୍ୟପକ୍ଷେ ୩୫ଟି ରାଷ୍ଟ୍ର ଭୋଟ୍ରୁ ବିରତ ରହିଥିଲେ। ଭାରର ରୁଷ୍ ବିରୋଧରେ ଭୋଟିଂରୁ ବିରତ ରହିଛି। ଚୀନ୍, ପାକିସ୍ତାନ, ଶ୍ରୀଲଙ୍କା ଏବଂ କ୍ୟୁବା ମଧ୍ୟ ରୁଷ୍ ବିରୋଧରେ ଭୋଟିଂରୁ ବିରତ ରହିଛି। ଭାରତ ବାରମ୍ବାର ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛି ଏବ ତୁରନ୍ତ ଯୁଦ୍ଧବିରତି ପାଇଁ ଆହ୍ୱାନ ଦେଇଛି।
କଥାବାର୍ତ୍ତା ଓ କୂଟନୈତିକ ଉପାୟରେ ମାମଲାର ସମାଧାନ ପାଇଁ ଭାରତ କହିଛି। ଉଲ୍ଲେଖଯୋଗ୍ୟ, ରୁଷ ୟୁକ୍ରେନର ଡୋନେସ୍କ, ଖେରସନ, ଲୁହାଂସ୍କ, ଜାପୋରିଝିଆ ଅଞ୍ଚଳକୁ ନିଜ ଦଖଲକୁ ନେବାପରେ ଅନ୍ୟ ରାଷ୍ଟ୍ରମାନେ ଏହାର ବିରୋଧ କରିଛନ୍ତି।
Follow Us