ଚିନ୍ତା ବଢାଉଛି ନୂଆ ଷ୍ଟ୍ରେନ, ୧୪ ଦିନ ଭିତରେ ବ୍ରିଟେନରୁ ଓଡ଼ିଶା ଫେରିଛନ୍ତି ୪୩ ଜଣ । ତାଲିକା ଦେଲା ସ୍ୱାସ୍ଥ୍ୟ ବିଭାଗ, ଭୁବନେଶ୍ୱରକୁ ଆସିଛନ୍ତି ୨୧ ଜଣ, କଟକକୁ ୫

114

କନକ ବ୍ୟୁରୋ : ବ୍ରିଟେନରେ କରୋନା ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଚିନ୍ତା ବଢିଯାଇଛି । ଏପରି ସମୟରେ ରାଜ୍ୟରେ ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହେବା ପରେ ସତର୍କ ହୋଇଛନ୍ତି ସରକାର । ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗତ ୧୪ ଦିନ ଭିତରେ ୟୁକେରୁ ଓଡିଶାକୁ ଆସିଥିବା ୪୩ ଜଣ ଯାତ୍ରୀଙ୍କ ତାଲିକା ଜାରି କରାଯାଇଛି । ବ୍ରିଟେନ ଫେରନ୍ତାଙ୍କ ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ବ୍ରିଟେନରୁ ଭୁବନେଶ୍ୱରକୁ ସର୍ବାଧିକ ଯାତ୍ରୀ ଆସିଛନ୍ତି । ବ୍ରିଟେନରୁ ଭୁବନେଶ୍ୱରକୁ ୨୧ଜଣ, କଟକକୁ ଆସିଛନ୍ତି ୫ ଜଣ, କୋରାପୁଟକୁ ୩ ଜଣ, ବ୍ରହ୍ମପୁରକୁ ୩ ଜଣ, ନୟାଗଡକୁ ୨ ଜଣ, ନବରଙ୍ଗପୁର ୨ ଜଣ ଆସିଛନ୍ତି । ସେହିପରି ସମ୍ବଲପୁର, ରାଜଗାଙ୍ଗପୁର, ଖୋର୍ଦ୍ଧା, ଜଗତସିଂହପୁର, ସାକ୍ଷୀଗୋପାଳ, ବଲାଙ୍ଗିର, ନୟାଗଡ ଓ ଯାଜପୁରକୁ ଜଣେ ଲେଖାଏଁ ଯାତ୍ରୀ ଆସିଛନ୍ତି । ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ ୫୦ରୁ ୭୦ ପ୍ରତିଶତ ଅଧିକ ବେଗରେ ସଂକ୍ରମଣ କରୁଥିବା ଜଣାପଡିବା ପରେ ବ୍ରିଟେନ ଫେରନ୍ତାଙ୍କ ଉପରେ ନଜର ରଖିଛନ୍ତି ସରକାର ।

କହିରଖୁ କି ସାରା ବିଶ୍ୱରେ କରୋନା ଆକ୍ରାନ୍ତ ଟିକେ କମିବାର ସୂଚନା ମିଳୁଥିବା ବେଳେ ହଠାତ୍ ବ୍ରିଟେନରେ କରୋନାର ଏକ ନୂଆ ପ୍ର୍ର୍ରକାର ଭେଦ ଦେଖିବାକୁ ମିଳିଛି । ଯାହାକି ପୂର୍ବରୁ ଥିବା କରୋନା ଠାରୁ ବହୂୁତ କମ୍ ସୟମ ମଧ୍ୟରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପୁଥିବାର ବୈଜ୍ଞାନିକ ମାନେ ସୂଚନା ଦେଇଛନ୍ତି । ଏହାକୁ ନେଇ ବ୍ରିଟେନରେ ଲକଡାଉନ୍ ଜାରି କରାଯାଇଛି । ହେଲେ ବ୍ରିଟେନରୁ ପୂର୍ବ ୧୪ ଦିନ ମଧ୍ୟରେ ଅନେକ ନାଗରିକ ଭାରତ ଫେରିଥିବାରୁ ସେମାନଙ୍କୁ ଚିହ୍ନଟ କରି କୋଭିଡ୍ ଟେଷ୍ଟ କରାଇବାକୁ ବ୍ୟସ୍ଥ ହୋଇପଡିଛି ସ୍ୱାସ୍ଥ୍ୟ ବିଭାଗ । ଏହି କ୍ରମରେ ଓଡିଶାକୁ ବ୍ରିଟେନରୁ ଫେରିଥିବା ଲୋକମାନଙ୍କୁ ତୁରନ୍ତ ରାଜ୍ୟସରକାର ଚିହ୍ନଟ କରି ସେମାନଙ୍କ କୋଭିଡ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି କରିସାରିଲେଣି ରାଜ୍ୟ ସରକାର ।