ଓମିକ୍ରନ ପାଇଁ ବଢ଼ୁଛି ଚିନ୍ତା । ୪୦ ପ୍ରତିଶତ ବିଦେଶ ଫେରାନ୍ତାଙ୍କ ମିଳୁନି ଠିକଣା  

120

କନକ ବ୍ୟୁରୋ: ଦେଶର ବିଭିନ୍ନ ରାଜ୍ୟରୁ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ବିଦେଶ ଫେରନ୍ତାଙ୍କୁ ନେଇ ଓଡିଶାରେ ବି ଚନ୍ତା ବଢ଼ିଯାଇଛି । ବିଶେଷ କରି ନଭେମ୍ବର ୨୪ ପରେ ଆକ୍ରାନ୍ତ ରାଷ୍ଟ୍ରରୁ ରାଜ୍ୟକୁ ଫେରିଥିବା ୨୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଏହି ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି । ତେବେ ସେମାନଙ୍କ ଜିନମ୍ ସିକ୍ୱ୍ୟୁଏନ୍ସି ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ଓଡିଶାର ସ୍ଥିତି ।

  • ଗ୍ରୀସରୁ ଫେରିଥିବା ୨୪୬ କରୋନା ସଂକ୍ରମିତ
  • ବିଦେଶ ଫେରାନ୍ତଙ୍କୁ ନେଇ ବଢିଲା ଚିନ୍ତା

କର୍ଣ୍ଣାଟକ, ଗୁଜୁରାଟ, ଦିଲ୍ଲୀ , ମହାରାଷ୍ଟ୍ର, ରାଜସ୍ଥାନ –  ଦେଶର ଏସବୁ ରାଜ୍ୟରୁ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ଓଡିଶାରେ ବିଦେଶ ଫେରନ୍ତାଙ୍କୁ ଚିନ୍ତା ବଢ଼ିଯାଇଛି । ନଭେମ୍ବର ୨୪ ପରେ ଗ୍ରୀସରୁ ଫେରିଥିବା ୨୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଓମିକ୍ରନ ଆଶଙ୍କା ବଢ଼ି ଯାଇଛି । ତେବେ ସେମାନେ ଓମିକ୍ରନ ପ୍ରଜାତି ଦ୍ୱାରା ସଂକ୍ରମିତ କି ନୁହେଁ ତାହା ଜାଣିବା ପାଇଁ ସେମାନଙ୍କ ନମୁନାକୁ ଜେନମ୍ ସିକ୍ୟୁଏନସିଂ ପାଇଁ ପଠାଯାଇଛି ।

  • ବିଦେଶରୁ ଓଡିଶାକୁ ଫେରିଛନ୍ତି ୮ଶହ ଲୋକ
  • ମିଳୁନି ୪୦ ପ୍ରତିଶତ ବିଦେଶ ଫେରନ୍ତାଙ୍କ ପତ୍ତା 

ନଭେମ୍ବର ୨୪ରେ ଓମିକ୍ରନକୁ ଚିନ୍ତାଜନକ ପ୍ରଜାତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିବା ପରେ ଓଡିଶାକୁ ବିଦେଶରୁ ଫେରିଛନ୍ତି ୮ଶହରୁ ଅଧିକ ଲୋକ । କିନ୍ତୁ ଚିନ୍ତାର ବିଷୟ ହେଉଛି, ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ବିଦେଶ ଫେରନ୍ତାଙ୍କୁ ଠାବ କରାଯାଇପାରୁନାହିଁ । ସମ୍ପୃକ୍ତ ପୋର୍ଟାଲରେ ଭୁଲ ଠିକଣା ଓ ଯୋଗାଯୋଗ ନମ୍ବର ଦେଇଥିବାରୁ ସେମାନଙ୍କୁ ଠାବ କରିପାରୁନାହିଁ ସ୍ୱାସ୍ଥ୍ୟ ବିଭାଗ ।

  • ଓମିକ୍ରନ ବି ବନିପାରେ ଭଲ ଖବର? 
  • ବିଶେଷଜ୍ଞ କହିଲେ-ଏଣ୍ଡେମିକ୍ ପର୍ଯ୍ୟାୟକୁ ନେଇପାରେ ଓମିକ୍ରନ

ଓମିକ୍ରନକୁ ନେଇ ସାରାବିଶ୍ୱରରେ ଭୟ ସୃଷ୍ଟି ହୋଇଥିବାବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନୀରୋଜ ମିଶ୍ର କହିଛନ୍ତି, ଓମ୍ରିକନ ପ୍ରଜାତି କରୋନା ମହାମାରୀକୁ ଏଣ୍ଡେମିକ୍ ପର୍ଯ୍ୟାୟକୁ ନେଇପାରେ । ସେହିପରି ଓମିକ୍ରନ ଯୋଗୁଁ ସଂକ୍ରମଣ କିଛି ମାତ୍ରାରେ ବଢ଼ୁଥିଲେ ବି ଗୁରୁତ୍ୱରଙ୍କ ସଂଖ୍ୟା ସେଭଳି ବଢ଼ୁନାହିଁ, ଯାହାକି ଆଶ୍ୱସ୍ତିକର ବିଷୟ । ସେପଟେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା କରୋନାର ନୂଆ ପ୍ରଜାତି ଓମିକ୍ରନ ଏହାରି ଭିତରେ ବିଶ୍ୱର ୪୦ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି ।