ଜିନପିଙ୍ଗ୍ ତୃତୀୟ ଥର ପାଇଁ ରାଷ୍ଟ୍ରପତି ହେବା ପରେ ବଢିଲା ତାଇୱାନର ଚିନ୍ତା: ତାଇପେଇର ସ୍ୱତନ୍ତ୍ରତା ଏବଂ ଆମେରିକାର ସହ ସମ୍ପର୍କକୁ ବିରୋଧ କରି ଅଧିକ ଚାପ ପକାଇପାରେ ବେଜିଂ

116

କନକ ବ୍ୟୁରୋ: ଜିନପିଙ୍ଗ୍ ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହେବା ପରେ ବେଜି ତାଇୱାନ ଉପରେ ଅଧିକ ଚାପ ପକାଇପାରେ । ଆବଶ୍ୟକ ସ୍ଥଳେ ସେନା ପଠାଇବା ସହ ଭେସେଲ ପଠାଇପାରେ । ଆକାଶମାର୍ଗରୁ କ୍ଷେପଣାସ୍ତ୍ର ମାଡ କରି ତାଇୱାନକୁ ନିଜ ଅକ୍ତିଆରକୁ ଆଣିପାରେ । ଏଭଳି କିଛି ରିପୋର୍ଟ କରିଛି ଆମେରିକାର ଗୁଇନ୍ଦା ସଂସ୍ଥା । ଆମେରିକା ସହ ସମ୍ପର୍କ କାଟିବା, ତାଇୱାନଙ୍କୁ ସ୍ୱତନ୍ତ୍ର ରାଷ୍ଟ୍ର ଘୋଷଣାକୁ ବିରୋଧ କରି ଯୁଦ୍ଧ କରିବାକୁ ଚୀନ ପଛାଇବ ନାହିଁ କହିଛି ଆମେରିକାର ଗୁଇନ୍ଦା ସଂସ୍ଥା । ଚାଇନିଜ୍ କମ୍ୟୁନିଷ୍ଟ ପାର୍ଟି(ସିସିପି)କୁୁ ଅଧିକ ଶଶକ୍ତ କରିବା ସହ ବିଶ୍ୱସ୍ତରରେ ନିଜର ଦବଦବା ଜାହିର କରିବାକୁ ଜିନପିଙ୍ଗ୍ ଚେଷ୍ଟା କରିବେ ବୋଲି ଆମେରିକାର ଡିରେକ୍ଟର ଅଫ୍ ନ୍ୟାସନାଲ ଇଂଟିଲିଜେନ୍ସ ଅଫିସ୍ ରିପୋର୍ଟ କରିଛି । ଭାରତ, ତାଇୱାନ ସହ ବିବାଦ ଚାଲିଥିବାରୁ ଚୀନ ନିଜର ସେନା ବଳ ବଢାଇବାରେ ଲାଗିଛି । ଦକ୍ଷିଣ ଚୀନ ସାଗରରେ ମଧ୍ୟ ଆମେରିକା ତାର ସେନା ବଳ ବଢାଇବାରେ ଲାଗିଛି । ଯଦି ବେଜିଂ ତାଇୱାନକୁ ଅଧିକାର କରିନିଏ, ତେବେ ସାରା ବିଶ୍ୱ ଏଥିପାଇଁ ପ୍ରଭାବିତ ହେବ । ଯୋଗାଯୋଗ ଚେନ ବାଧାପ୍ରାପ୍ତ ହେବ । ଚୀନ ଟିକଟକ୍ ଆପ ଜରିଆରେ ଆମେରିକା ସମେତ ସାରା ବିଶ୍ୱ ଉପରେ ନଜର ରଖୁଥିବା କହିଛି ଅ।।ମେରିକାର ତଦନ୍ତକାରୀ ସଂସ୍ଥା ଏଫବିଆଇ ।