ଚିନ୍ତା ବଢ଼ାଇଲା କରୋନା : ଏବେ ୧୦ ହଜାରରୁ ଅଧିକ ସକ୍ରିୟ ରୋଗୀ

Advertisment
କରୋନା : ୯ କୋଟି ଟପିଲା ଦେଶରେ ଟେଷ୍ଟିଂ , ୮୭.୦୫%କୁ ଆରୋଗ୍ୟ ହାର ବୃଦ୍ଧି

କନକ ବ୍ୟୁରୋ :ରାଜ୍ୟ‌ରେ ପ୍ରଥମ ଥର ଲାଗି ୧୦ହଜାରରୁ ଅଧିକ ସକ୍ରିୟ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ଗତ ୭ ଦିନ ଭିତରେ ୧୦୪୨୮ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ହାର ହ୍ରାସ ପାଇଛି। ପୂର୍ବରୁ ରାଜ୍ୟରେ ସୁସ୍ଥ ହାର ପ୍ରାୟ ୭୦ ପ୍ରତିଶତ ରହୁଥିବା ବେଳେ ଏବେ ଏହା ୬୪ ପ୍ରତିଶତକୁ ଖସି ଆସିଛି। ଯାହାକି ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ରାଜ୍ୟର ଆଗାମୀ ସ୍ଥିତି ୧୦,୦୪୧ ସକ୍ରିୟ କରୋନା ରୋଗୀଙ୍କ ସୁସ୍ଥ ହେବା ଉପରେ ନିର୍ଭର କରୁଛି।

ସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର(ବୈଷୟିକ) ଡା. ଜୟନ୍ତ ପଣ୍ଡା କହିଛନ୍ତି ଯେ ରାଜ୍ୟରେ ଏବେ ସୁସ୍ଥ ରୋଗୀଙ୍କ ସଂଖ୍ୟା ତୁଳନାରେ ପଜିଟିଭ୍ ରୋଗୀଙ୍କ ସଂଖ୍ୟା ଦୁଇଗୁଣ ରହୁଛି। ଲଗାତାର କିଛିଦିନ ଧରି ଏଭଳି ଧାରା ରାଜ୍ୟରେ ଦେଖିବାକୁ ମିଳୁଛି। ଯାହାକି ଚିନ୍ତାର ବିଷୟ ବୋଲି ଡା.ପଣ୍ଡା କହିଛନ୍ତି। ରାଜ୍ୟରେ ୩୫ଟି କୋଭିଡ୍‌ ହସ୍ପିଟାଲ ଥିବା ବେଳେ ଏଥିରେ ୫୫୦୧ଟି ଶଯ୍ୟା ରହିଛି। ସେହିପରି ‌୧୭୮ କୋଭିଡ୍‌ କେୟାର କେନ୍ଦ୍ରରେ ୨୧୦୫୯ ଶଯ୍ୟା ରହିଛି। ସକ୍ରିୟ ରୋଗୀମାନଙ୍କୁ କୋଭିଡ୍‌ ହସ୍ପିଟାଲ ଓ କୋଭିଡ୍‌ କେୟାର କେନ୍ଦ୍ରରେ ଚିକିତ୍ସା କରାଯାଉଛି।

ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ପୂର୍ବରୁ ଜିଲ୍ଲାରେ ୭ଶହରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଲଗାତାର ଦୁଇ ଦିନ ଧରି ଜିଲ୍ଲାରେ ୫ଶହରୁ କମ୍ ରୋଗୀ ଚିହ୍ନଟ ହେଉଛନ୍ତି। ଗଞ୍ଜାମ ଜିଲ୍ଲା ପରେ ପରେ ଖୋର୍ଧା ଜିଲ୍ଲାରେ ସଂକ୍ରମଣ ବଢ଼ି ଚାଲିଛି। ଗଞ୍ଜାମରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୯୭୪୬ରେ ପହଞ୍ଚିଥିବା ବେଳେ ଖୋର୍ଧାରେ ୩୭୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ଅନ୍ୟ ଜିଲ୍ଲା ତୁଳନାରେ ଯଥେଷ୍ଟ ଅଧିକ ରହିଛି। ରାଜ୍ୟର ୬ଟି ଜିଲ୍ଲାରେ ୧ ହଜାରରୁ ଅଧିକ କ‌ରୋନା ରୋଗୀ ଥିବା ବେଳେ ସୁସ୍ଥ ହାରରେ ଖୋର୍ଧା ଜିଲ୍ଲା ଅନ୍ୟ ଜିଲ୍ଲା ତୁଳନାରେ କମ୍ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe