କନକ ବ୍ୟୁରୋ: ଅନିଶ୍ଚିତତାରେ ପଡିଯାଇଛି ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ନିଜର ଭବିଷ୍ୟତ ପାଇଁ ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ଏପରିକି ସୁପ୍ରିମକୋର୍ଟ ଯାଏଁ ବି ଯାଇଛି ମାମଲା । ଦେଶରେ ମେଡିକାଲ କଲେଜରେ ପାଠ ପଢିବାର ସୁଯୋଗ ଦେବାକୁ ଗୁହାରୀ କରୁଛନ୍ତି ହଜାର ହଜାର ଛାତ୍ରଛାତ୍ରୀ । ସୁପ୍ରିମକୋର୍ଟରେ ଏହି ମାମଲା ଚାଲିଥିବାବେଳେ ଜାତୀୟ ମେଡିକାଲ କମିଶନ ନୋଟିସ ଅନେକଙ୍କୁ ଚିନ୍ତାରେ ପକାଇଛି । ଏନଏମସିର ନୋଟିସକୁ ବହୁ ଡାକ୍ତରୀ ଛାତ୍ରଛାତ୍ରୀ ନାପସନ୍ଦ କରୁଥିବାବେଳେ ଆସନ୍ତା ୧୫ ତାରିଖରେ ହେବାକୁ ଥିବା ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଅପେକ୍ଷା କରିଛନ୍ତି ।
ଜାତୀୟ ମେଡିକାଲ କମିଶନ ନୋଟିସ ମୁତାବକ
ୟୁକ୍ରେନର ଡାକ୍ତରୀ କଲେଜ ଯେଉଁ ଦେଶରେ ଚାହିଁବେ ସେହି ଦେଶର ମେଡିକାଲ କଲେଜରେ ଅସ୍ଥାୟୀ ଭାବେ ଛାତ୍ରଛାତ୍ରୀମାନେ ପଢିବାକୁ ବାଧ୍ୟ ।
ବିଶ୍ୱବିଦ୍ୟାଳୟ ଧାର୍ଯ୍ୟ କରିଥିବା ପାଠ ପଢା ଖର୍ଚ ଛାତ୍ରଛାତ୍ରୀଙ୍କୁୁ ଦେବାକୁ ପଡିବ
ବର୍ତମାନ ସମୟରେ ଜର୍ଜିଆ ଦେଶର ଦୁଇଟି ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ପାଠ ପଢିପାରିବେ ବୋଲି ସ୍ପଷ୍ଟ ହୋଇଛି । କିନ୍ତୁ ଜର୍ଜିଆରେ ଅନେକ ଯିବାକୁ ଚାହୁଁ ନାହାନ୍ତି । ଏଭଳି ସ୍ଥିତିରେ ୟୁକ୍ରେନର ଡାକ୍ତରୀ କଲେଜରୁ ଛାତ୍ରଛାତ୍ରୀମାନେ ଟ୍ରାନ୍ସଫର ନେଇ ଅନ୍ୟ ଦେଶରେ ନାମ ଲେଖାଇବା ପାଇଁ ପ୍ରକ୍ରିୟା ଆରମ୍ଭ କଲେଣି ।
ଭାରତରୁ ଜର୍ଜିଆ ଯିବା ପାଇଁ ହେଲେ ଏବେ ଭିସା ପାଇଁ ୩ ମାସରୁ ଅଧିକ ସମୟ ଲାଗୁଛି । ମେଡିକାଲର ଶେଷ ବର୍ଷ ଛାତ୍ରଛାତ୍ରୀ ଜର୍ଜିଆ ଯିବା ପାଇଁ ଏବେଠାରୁ ପ୍ରସ୍ତୁତ ହେଲେ ବି ପାଠ ପଢାର ୩ ମାସ ହରାଇବେ । ତେବେ ଏଭଳି ପରିସ୍ଥିତିରେ ସେମାନେ ନିଜର ପେଶାଗତ ଜୀବନରେ ଅନେକ ସମସ୍ୟା ଭୋଗିପାରନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/09/Collage-Maker-07-Sep-2022-09.49-PM.jpg)