ଲକ୍ଷାଧିକ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ଚିନ୍ତା । ଚିଲିକା ଉପରେ ଉଡୁଛି ଡ୍ରୋନ୍ କ୍ୟାମେରା । ସଜାଗ ବନବିଭାଗ

91

କନକ ବ୍ୟୁରୋ : ବଢୁଛି ବିଦେଶୀ ପକ୍ଷୀଙ୍କ ସୁରକ୍ଷା ଚିନ୍ତା । ଚିଲିକାରେ ପକ୍ଷୀଙ୍କ ସୁରକ୍ଷା ପାଇଁ ନିଆଯାଇଛି ନିଆରା ପଦକ୍ଷେପ । ଏବେଠୁ ଚିଲିକାରେ ଅତିଥି ପକ୍ଷୀଙ୍କୁ ଜଗିବ ଡ୍ରୋନ୍ କ୍ୟାମେରା । ଏନେଇ ଚିଲିକା ପକ୍ଷୀ ସୁରକ୍ଷା ପାଇଁ ନିଆରା ପଦକ୍ଷେପ । ଶୀତର ଆଗମନରେ ବିଦେଶୀ ପକ୍ଷୀଙ୍କ ଲାଗିଛି ଭିଡ । ହେଲେ ଲକ୍ଷାଧିକ ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ଶିିକାରୀ ମଧ୍ୟ ସକ୍ରିୟ ହେବାରେ ଲାଗିଛନ୍ତି । ପକ୍ଷୀ ଶିକାର ରୋକିବା ସହ ସେମାନଙ୍କୁ ସୁରକ୍ଷା ଦେବାକୁ ଏହି ପଦକ୍ଷେପ ନିଆଯାଇଛି । ପ୍ରତିଦିନ ଚିଲିକା ଉପରେ ଏହି ଡ୍ରୋନ୍ କ୍ୟାମେରା ଉଡାଯାଉଛି । ସୁରକ୍ଷା ଦିଗରେ ଚିଲିକାରେ ୨୧ଟି ଟିମ୍ ଗଠନ କରାଯାଇଛି । ଲ୍ୟାଣ୍ଡ ମୋବାଇଲ , ୱାଟର ମୋବାଇଲ ଟିମ୍ ଦୁଇଟି ମଧ୍ୟ ରହିଛି । ବାଲୁଗାଁ-୪ ,ଟାଙ୍ଗୀ-୧୧, ରମ୍ଭା-୨, ନୂଆପଡା -୨, ସାତପଡା -୨ ଟିମ୍ ମଧ୍ୟ ଗଠନ କରାଯାଇଛି । ପକ୍ଷୀ ମାନଙ୍କ ସୁରକ୍ଷା ପାଇଁ ଯେମିତି ବନବିଭାଗର ନିଦ ହଜିଯାଇଛି ।

ପକ୍ଷୀଙ୍କ ସୁରକ୍ଷା ପାଇଁ ପ୍ରତିଦିନ ଚିଲିକା ଉପରେ ଉଡୁଛି ଡ୍ରୋନ୍ କ୍ୟାମେରା । ଲକ୍ଷାଧିକ ପକ୍ଷୀଙ୍କ ସୁରକ୍ଷା ପାଇଁ ଘୁରିବୁଲୁଛି ଡ୍ରୋନ୍ । ପ୍ରତିଦିନ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି । ଅତିଥି ମାନଙ୍କ ସୁରକ୍ଷା ଆମ କର୍ତବ୍ୟ ଏମାନଙ୍କ ସୁରକ୍ଷା ଓ ସମ୍ମାନ ଆମର ଦାୟିତ୍ୱ । ଏହି ଆଧାରରେ ଘରେ ଘରେ ସଚେତନତାର ବାର୍ତା ପହଞ୍ଚାଯାଉଛି । ସମସ୍ତ ଦାୟିତ୍ୱ ନେଇଛି ବନ ବିଭାଗ ।
ବିଦେଶରୁ ଆସିଥିବା ପକ୍ଷୀ ମାନଙ୍କ ସୁରକ୍ଷା ଦାୟିତ୍ୱ ବନବିଭାଗ ନେଇଥିବା ବେଳେ ଡ୍ରୋନ୍ ମାଧ୍ୟମରେ ଦେଉଛି ଏହି ପକ୍ଷୀଙ୍କୁ ସୁରକ୍ଷା । ଯାହାକି ବେଶ ପ୍ରଶଂସା ଯୋଗ୍ୟ ହୋଇପାରିଛି ।