ଅନଲାଇନରୁ ଆସିଲା କନସେନଟ୍ରେଟର, ରୋଗୀଙ୍କ ଘରେ ଲାଗିଲା : ବ୍ରହ୍ମପୁରରେ ମହାନଗର ନିଗମ ଲଗାଗଲା ଅକ୍ସିଜେନ୍ କନସେନଟ୍ରେଟର

61

କନକ ବ୍ୟୁରୋ : ବ୍ରହ୍ମପୁରରେ ଜଣେ ରୋଗୀଙ୍କ ଘରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଲଗାଯାଇଛି ଅକ୍ସିଜେନ୍ କନସେନଟ୍ରେଟର । ଅନଲାଇନରେ ବୁକିଂ କଲା ପରେ ଏହି ସେବା ଯୋଗାଇ ଦିଆଯାଇଛି । ଘରେ ଚିକିତ୍ସିତ ହେଉଥିବା କରୋନା ରୋଗୀ, ଯେଉଁମାନେ ଅକ୍ସିଜେନ୍ ନେବାର ଆବଶ୍ୟକତା ରହିଛି, ସେମାନଙ୍କ ଘରେ ଅକ୍ସିଜେନ୍ କନସେନଟ୍ରେଟର ଲଗାଇବା ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମହାନଗର ନିଗମରେ ଏହି ସୁବିଧା ଯୋଗାଇ ଦିଆଯିବା ବ୍ୟବସ୍ଥା ରହିଛି ।

ତେବେ ଏ ନେଇ ଅନଲାଇନରେ ଆବେଦନ କରିବାକୁ ହେବ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି । ଜଣେ ରୋଗୀ ଅନଲାଇନରେ ବୁକିଂ କରିବା ପରେ ରାପିଡ୍ ରେସପନ୍ସ ଟିମର ଡାକ୍ତରମାନେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହାପରେ ରୋଗୀଙ୍କ ଘରେ ଅକ୍ସିଜେନ୍ କନସେନଟ୍ରେଟର ଲଗାଯାଇଛି । ଏହାର ଅପରେସନ୍ ସଂପର୍କରେ ମଧ୍ୟ ବୁଝାଇ ଦିଆଯାଇଛି । ରୋଗୀଙ୍କ ଘରେ ଏହା ଠିକଠାକ୍ ଚାଲିଛି ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।