କନକ ବ୍ୟୁରୋ : ଫାଇଭ-ଟି ସ୍କୁଲରୁ କମ୍ପ୍ୟୁଟର ଲୁଟିନେଲେ ଦୁର୍ବୃତ୍ତ । ସ୍କୁଲର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ୫ଟି କମ୍ପ୍ୟୁଟର, ହାର୍ଡ ଡିସ୍କ ସହ ସିପିୟୁ, ମନିଟର, କି-ବୋର୍ଡ ଓ ମାଉସ ଚୋରୀ କରିନେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡ଼ପୋଖରିଆ ସରକାରୀ ନିଗମାନନ୍ଦ ବିଦ୍ୟାଳୟରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଗତକାଲି ସ୍କୁଲ ଛୁଟି ହେବା ପରେ ବିଦ୍ୟାଳୟରେ ତାଲା ପକାଇ ସମସ୍ତେ ଚାଲିଯାଇଥିଲେ ।

Advertisment

ଆଜି ଶିନବାର ସକାଳୁଆ କ୍ଲାସ ଥିବାରୁ ପ୍ରଧାନ ଶିକ୍ଷକ ସକାଳୁ ଆସି ସ୍କୁଲ ତାଲା ଖୋଲିଥିଲେ । ଅଫିସ ଖୋଲିବା ସମୟର ସ୍କୁଲ ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ । ବିଦ୍ୟାଳୟରେ ରାତ୍ରୀ ଜଗୁଆଳି ବ୍ୟବସ୍ଥା ନଥିବାରୁ ଏଭଳି ଲୁଟ୍ ହେଇଥିବା କୁହାଯାଉଛି । ନିରାକାରପୁର ପୋଲିସ ରାତିରେ ପାଟ୍ରୋଲିଂ କରୁନଥିବାରୁ ବଡ଼ ପୋଖରିଆ ଅଞ୍ଚଳରେ ଲୁଟ୍ ଓ ରାହାଜାନି ଭଳି ଘଟଣା ବାରମ୍ବାର ଘଟୁଥିବା କହିଛନ୍ତି ସ୍ଥାନୀୟ ଲୋକ ।