କନକ ବ୍ୟୁରୋ : ଦୁଇ ବର୍ଷ ହେଲା ଛଟେଇ ପ୍ରତିବାଦରେ ଆନ୍ଦୋଳନ କରୁଥିବା ଶିକ୍ଷକଙ୍କୁ ଉଠାଇ ନେଲା ପୋଲିସ୍ । ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦେଇ ଓସେପା କାର୍ଯ୍ୟାଳୟକୁ ଅଗ୍ରସର ହେଉଥିଲେ କମ୍ପ୍ୟୁଟର ଶିକ୍ଷକ । ଶତାଧିକ ଶିକ୍ଷକ ଧାରଣାରେ ବସିଛନ୍ତି । ଶିକ୍ଷକମାନେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

Advertisment

ପୁନଃ ନିଯୁକ୍ତି ଦାବିରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି କମ୍ପ୍ୟୁଟର ଶିକ୍ଷକ । ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ଫଳରେ ଓସେପା କାର୍ଯ୍ୟାଳୟ ସମ୍ମୁଖରେ ଉତେଜନା ଦେଖାଦେଇଥିଲା । ଶିକ୍ଷକମାନେ ରାସ୍ତା ଅବରୋଧ କରିଥିଲେ । ଦୁଇ ବର୍ଷ ହେବ ବିନା କାରଣରେ ସରକାର ଛଟେଇ କରିଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି ।