କନକ ବ୍ୟୁରୋ : ପିଲା କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିବେ, ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼଼ିବେ । ଡ଼ିଜିଟାଲ ଦୁନିଆରେ ପାଦ ଥାପିବେ । ଏହାକୁ ନଜରରେ ରଖି ଶିକ୍ଷା ବିଭାଗ ପକ୍ଷରୁ କୋରାପୁଟ ଜ୍ିଲ୍ଳାର ୮୫ଟି ପ୍ରାଇମେରି ଓ ଅପର ପ୍ରାଇମେରି ବିଦ୍ୟାଳୟ ଗୁଡ଼ିକୁ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୬୦ଟି ବିଦ୍ୟାଳୟ ଓ ଦ୍ୱତୀୟ ପର୍ଯ୍ୟୟରେ ୩୫ଟି ବିଦ୍ୟାଳୟକୁ କମ୍ପ୍ୟୁଟର ମିଳିଛି । ହେଲେ ସେସବୁ କମ୍ପ୍ୟୁଟର ଏବେ ବିଦ୍ୟାଳୟର ଏକ କୋଣରେ ପଡ଼ି ରହିରହିଛି । ପୁଣି କେତେକ ନଷ୍ଟ ହୋଇଗଲାଣି । ୨ ରୁ ୩ଟି ବିଦ୍ୟାଳୟରେ କେବଳ ସଜା ହୋଇ ରଖାଯାଛି । କେବଳ ସରକାରଙ୍କୁ ହିସାବ ଦେବା ପାଇଁ । ଆଜି ବି ପିଲା କମ୍ପ୍ୟୁଟର ଶିକ୍ଷାରୁ ବଚିଂତ ରହିଛନ୍ତି ।

ସରକାରଙ୍କ ଏହି ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ । ସରକାରଙ୍କ ଏଭଳି ଯୋଜନା ଆଜିର ଦିନରେ ସ୍ୱାଗତ ଯୋଗ୍ୟ । କିନ୍ତୁ ଭିତିଭୁମି ନଥାଇ ସରକାର ତରବରିଆ କମ୍ପ୍ୟୁଟର ଶିକ୍ଷା ପାଇଁ କମ୍ପ୍ୟୁଟର ଯୋଗାଇଦେଲେ । ଶିକ୍ଷକ ନଥାଇ ସ୍କୁଲକୁ କମ୍ପ୍ୟୁଟର ଦେଲେ । ଏପରିକି କେତେକ ବିଦ୍ୟାଳୟରେ ବିଦ୍ୟୁତ କି ନେଟୱର୍କ ମଧ୍ୟ ନାହିଁ । କାହା ସ୍ୱାର୍ଥରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶିକ୍ଷାବିତ୍ । ନା ସ୍କୁଲ ଶିକ୍ଷକଙ୍କୁ ତାଲିମ ଦେଲେ ନା ନୁଆ ଶିକ୍ଷକ ନିଯୁକ୍ତି କଲେ । ପୁର୍ବରୁ ମଧ୍ୟ ପ୍ରତେକ ସ୍କୁଲକୁ କଲର ଟିଭି ଦେଇଥିଲେ । ତାହା ମଧ୍ୟ ଖତ ଖାଇଲାଣି ।

ଶିକ୍ଷାର ବିକାଶ ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି । ବାସ୍ତବରେ ତହା କିଭଳି କାର୍ଯ୍ୟକାରୀ ହେଉଛି ତାହା ଏହି ଦୃଶ୍ୟ ହିଁ ବୟାନ କରୁଛି ।