ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାରେ ବିବାଦୀୟ ‘କମ୍ପ୍ୟୁଟର ବାବା’ : ବିଜେପିର ସମାଲୋଚନା, କହିଲା, ଜମି ଦଲାଲି ବାବା କିପରି ହେଉଛନ୍ତି ସାମିଲ

101

କନକ ବ୍ୟୁରୋ : ଚର୍ଚ୍ଚାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଅନେକ ନାମୀ ବ୍ୟକ୍ତି ସାମିଲ ହୋଇଛନ୍ତି । ଏହି କ୍ରମରେ ରାହୁଲଙ୍କ ଭାରତ ଯୋଡ଼ ଯାତ୍ରାରେ ବିବାଦୀୟ ସନ୍ଥ ନାମଦେବ ଦାସ ତ୍ୟାଗି ଓରଫ ‘କମ୍ପ୍ୟୁଟର ବାବା’ଙ୍କୁ ଦେଖିବାକୁ ମିଳିଛି । କମ୍ପ୍ୟୁଟର ବାବା ଶନିବାର ମଧ୍ୟପ୍ରଦେଶର ଆଗ୍ରା ମାଲୱା ଜିଲ୍ଲାର ମହୁଦିଆ ଗ୍ରାମରେ ଭାରତ ଯୋଡ଼ ଯାତ୍ରାରେ ରାହୁଲଙ୍କ ସହ ସାମିଲ ହୋଇଥିଲେ ।

ଯାତ୍ରା ସମୟରେ ଉଭୟ ରାହୁଲ ଓ କମ୍ପ୍ୟୁଟର ବାବା ପରସ୍ପର ସହ କଥାବାର୍ତ୍ତା ହୋଇଥିଲେ । ଏହି ଯାତ୍ରାରେ ରାହୁଲଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ମଧ୍ୟ ଥିଲେ । ରାହୁଲଙ୍କ ସହ କମ୍ପ୍ୟୁଟର ବାବାଙ୍କ ଯାତ୍ରାକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ୍ କରିଛି । ଯାତ୍ରାକୁ କଟାକ୍ଷ କରି ବିଜେପି କହିଛି ଯେ ଜେଏନୟୁର ପୂର୍ବତନ ଛାତ୍ର କହ୍ନେୟା କୁମାର ଓ ଅଭିନେତ୍ରୀ ସ୍ୱରା ଭାସ୍କର ପରେ ଏବେ କମ୍ପ୍ୟୁଟର ବାବା । କଂଗ୍ରେସ ଛାଡ଼ି ନିକଟରେ ବିଜେପିରେ ଯୋଗ ଦେଇଥିବା ନରେନ୍ଦ୍ର ସଲୁଜା ଅଭିଯୋଗ ଆଣିଛନ୍ତି ଯେ, ସରକାରୀ ଜମି ହଡ଼ପ ମାମଲାରେ କମ୍ପ୍ୟୁଟର ବାବା ଜେଲରେ ରହିଥିଲେ ।

ସେଭଳି ବ୍ୟକ୍ତି ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ଼ ଯାତ୍ରାରେ କିପରି ଯାତ୍ରା କରିପାରୁଛନ୍ତି । ସେପଟେ ବିଜେପି ଆକ୍ରମଣର ପାଲଟା ଜବାବ ଦେଇଛି କଂଗ୍ରେସ । କଂଗ୍ରେସର ପୂର୍ବତନ ମନ୍ତ୍ରୀ ରାଜକୁମାର ପଟେଲ କହିଛନ୍ତି ଯେ ସନ୍ଥ ଓ ଧାର୍ମିକ ନେତା ଭାରତ ଯୋଡ଼ ଯାତ୍ରାରେ ସାମିଲ ହେଉଛନ୍ତି । ଯାତ୍ରାରେ ସାମିଲ ହେଉଥିବା ସମସ୍ତଙ୍କୁ ସ୍ୱାଗତ କରାଯାଉଛି । କାରଣ ଏହି ଯାତ୍ରା ଦେଶର ହିତ ପାଇଁ ହେଉଛି ବୋଲି ସେ କହିଛନ୍ତି ।

ଏହି ‘କମ୍ପ୍ୟୁଟର ବାବା’ କିଏ ?

– ନାମଦେବ ଦାସ ତ୍ୟାଗୀ ଜଣେ ହିନ୍ଦୁ ତପସ୍ୱୀ ଏବଂ ପରିବେଶବିତ୍
– ବିଚକ୍ଷଣ ସ୍ମରଣ ଶକ୍ତି ପାଇଁ ବେଶ୍ ପରିଚିତ
– ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଚାଟ୍ କରିବା ବ୍ୟବହାର କରୁଥିଲେ ଲାପଟପ୍
– ସେଥିପାଇଁ କମ୍ପ୍ୟୁଟର ବାବା ଭାବେ ହୋଇଥିଲେ ପରିଚିତ
– ବେଆଇନ ଖଣି ଅଭିଯୋଗରେ ଚଢ଼ାଉକୁ ନେଇ ବିବାଦକୁ ଆସିଥିଲେ ବାବା
– ୧୩ କୋଟି ଟଙ୍କାର ୪୦ହଜାର ବର୍ଗଫୁଟ ଜମି ଜବରଦଖଲ ମୁକ୍ତ ନେଇ ହୋଇଥିଲା ମାମଲା
– ଇନ୍ଦୋର ନିକଟରେ ଥିବା ତାଙ୍କ ବେଆଇନ୍ ଆଶ୍ରମ ନିର୍ମାଣକୁ ଭାଙ୍ଗିଥିଲା ଜିଲ୍ଲା ପ୍ରଶାସନ
– ବିରୋଧ କରି ପଞ୍ଚାୟତ କର୍ମଚାରୀଙ୍କୁ ମାଡ଼ ମାରିଥିଲେ
– ୨୦୨୦ରେ ମାଡ଼ ମାରିବା ଅଭିଯୋଗରେ ଗିରଫ