ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ଦୁର୍ନୀତି ଓ ଅପାରଗତା ଯୋଗୁଁ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ।

2,035

କନକ ବ୍ୟୁରୋ : ରାଜ୍ୟ ସରକାର ଆଜି ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଦୁର୍ନୀତି ଓ ଅପାରଗାତ ଯୋଗୁଁ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୪ ଜଣ ଇଞ୍ଜିନିୟର ଥିବା ବେଳେ ୨ ଜଣ ଅବକାରୀ ବିଭାଗ ଅଧିକାରୀ ଅଛନ୍ତି ।

ଏହି ଅଧିକାରୀମାନେ ହେଲେ କେନ୍ଦୁଝର ରୁରାଲ ୱାର୍କ ଡିଭିଜନର ଜେପୁଟି ଏକ୍ସିକ୍ୟୁଟିଭ ଇଞ୍ଜିନିୟର ଅଜିତ କୁମାର ଦେବତା । ତାଙ୍କ ବିରୋଧରେ ୨ଟି ଭିଜିଲାନ୍ସ କେସ ରହିଛି । ସେହିପରି କ୍ୱାଲିଟି କଣ୍ଟ୍ରୋଲ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଜିତେନ୍ଦ୍ର ଦଳାଇଙ୍କ ବିରୋଧରେ ମଧ୍ୟ ଦୁଇଟି ଭିଜିଲାନ୍ସ କେସ ରହିଛି ।

ମୟୂରଭଞ୍ଜର ଆସିଷ୍ଟାଣ୍ଟ ଇଞ୍ଜିନିୟର ବିଜୟ ପରିଡାଙ୍କ ନାଁରେ ୩ଟି ଭିଜିଲାନ୍ସ କେସ । ଭୁବନେଶ୍ୱରର ଆସିଷ୍ଟାଣ୍ଟ ଇଞ୍ଜିନିୟର ଗଣେଶ୍ୱର ସେଠୀଙ୍କ ବିରୋଧରେ ମଧ୍ୟ ମାମଲା ରହିଛି । ତେବେ ଏହି ଅଧିକାରୀଙ୍କ ବିରୋଧରେ କଡା କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର ।