କନକ ବ୍ୟୁରୋ : ଆସନ୍ତା ୩ ତାରିଖରୁ ୧୫ରୁ ୧୮ ବର୍ଷ ପିଲାଙ୍କର ଆରମ୍ଭ ହେବ ଟିକାକରଣ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୧୫ରୁ ୧୮ ବର୍ଷର ୨୩ ଲକ୍ଷ ୬୫ ହଜାର ପିଲା ନେବେ ଟିକା। କେନ୍ଦ୍ର ସରକାର ଏହି ହିତାଧିକାରୀଙ୍କ ତାଲିକା ପ୍ରକାଶ କରିଛନ୍ତି। ଏଥିପାଇଁ ୧ରୁ ପଞ୍ଜିକରଣ ଆରମ୍ଭ ହେବ। ଟିକାକରଣ କେନ୍ଦ୍ରକୁ ଆସି ଅନସାଇଟରେ ମଧ୍ୟ ପଞ୍ଜିକରଣ କରି ଟିକା ନେଇପାରିବେ ୧୫ରୁ ୧୮ ବର୍ଷର ପିଲା ।

Advertisment

ଟିକାକରଣରେ ୧୫ରୁ ୧୮ ବର୍ଷର ପିଲାଙ୍କୁ କୋଭାକ୍ସିନ ଟିକା ଦିଆଯିବ । ଏବେ ରାଜ୍ୟରେ ୧୪ ଲକ୍ଷ ଡୋଜ କୋଭାକ୍ସିନ ଟିକା ଉପଲବ୍ଧ ରହିଛି । ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ କୋଭାକ୍ସିନ ଟିକା ଉପଲବ୍ଧ କରାଯିବ । ତେଣୁ ସବୁ ଜିଲ୍ଲଶକୁ ଆବଶ୍ୟକତା ଅନୁସାରେ ଟିକାକରଣ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଆବଶ୍ୟକ ସ୍ଥଳେ ସ୍କୁଲରେ ବି ଟୀକାକରଣ କେନ୍ଦ୍ର ଖୋଲାଯିବ। ସଠିକ ସମୟରେ ସମସ୍ତେ ଟୀକା ନେଲେ ମାସେ ମଧ୍ୟରେ ୧୫-୧୮ ବର୍ଷ ପିଲାଙ୍କ ଟୀକାକରଣ ଶେଷ ହେବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଟିକାକରଣ କେନ୍ଦ୍ରରେ ସକାଳ  ବେଳା ୧୫-୧୮ ବର୍ଷ ପିଲାଙ୍କ ପାଇଁ ଟୀକାକରଣ ହେବ। ଅପରାହ୍ଣରେ ଅନ୍ୟମାନଙ୍କ ଟୀକାକରଣ ହେବ। ୧୫-୧୮ ବର୍ଷ ପିଲାଙ୍କ ସହ ଅଭିଭାବକ ଆସିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ସେହିପରି ୬୦ ବର୍ଷରୁ ଉଦ୍ଧ୍ୱର୍ ଓ  ଦୁରାରୋଗ୍ୟରେ ପୀଡିତ ୧୦ ଲକ୍ଷ ୪୭ ହଜାର ୪୦୦ ହିତାଧିକାରୀ ପ୍ରିକସନ ଡୋଜ ନେବେ। ସମ୍ମୁଖ ଯୋଦ୍ଧାଙ୍କ ସଂଖ୍ୟା ୭ ଲକ୍ଷ ୫ ହଜାର ରହିଛି।୬୦ ବର୍ଷରୁ ଉଦ୍ଧ୍ୱର୍ ଓ  ଦୁରାରୋଗ୍ୟରେ ପୀଡିତ ହିତାଧିକାରୀ କେଉଁ ଟୀକା ନେବେ ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ।