କନକ ବ୍ୟୁରୋ: ସଟଡାଉନ ହେଲା ୩ ଜିଲ୍ଲା । ବାଲେଶ୍ୱର, ଭଦ୍ରକ, ଯାଜପୁରରେ ୬୦ ଘଣ୍ଟିଆ ସଟଡାଉନ ଘୋଷଣା କଲେ ସରକାର । ଆଜି ରାତି ୧୦ଟାରୁ ଲାଗୁ ହୋଇଥିବା ଏହି ସଟଡାଉନ ରବିବାର ସକାଳ ୧୦ଟା ଯାଏଁ ଲାଗୁ ହୋଇଛି । ତେବେ ଜରୁରୀକାଳୀନ ସେବା ଅର୍ଥାତ ମେଡିକାଲ କାମକୁ ଛାଡି ଦେଲେ ଆଉ କୌଣସି ଲୋକ ବାହାରକୁ ବାହାରି ପାରିବେନି ।
ତେବେ ତିନି ଜିଲ୍ଲାରେ ସଟଡାଉନ ଘୋଷଣା କରିବା ସହିତ କେତେକ ସେବାକୁ ଏଥିରୁ ବାଦ ଦେଇଛନ୍ତି ସରକାର । ଅର୍ଥାତ ଲଡକାଉନ କଟକଣାକୁ କଡାକଡି କରିବା ସହିତ କେତେକ ଅତି ଜରୁରୀ ସେବାକୁ କଟକଣା ମୁକ୍ତ କରାଯାଇଛି । ସେଗୁଡିକ ହେଲା
୧- ହସ୍ପିଟାଲ
୨-ପୋଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ
୩-ଆଇଟି ସଚିବଙ୍କ ଦ୍ୱାରା ଚିହ୍ନିତ ଟେଲିକମ୍ ସେବା
୪-ପ୍ରଶାସନ ଦ୍ୱାରା ଚିହ୍ନିତ ପେଟ୍ରୋଲ ପମ୍ପ
୫-କାର୍ଗୋ ସେବା ପାଇଁ ରେଳବାଇ ଓ ବନ୍ଦର
୬-ଜିଲ୍ଲା ପ୍ରଶାସନ ଦ୍ୱାରା ଚିହ୍ନିତ ବୈଦ୍ୟୁତିକ ଗଣମାଧ୍ୟମ
୭-କୋଭିଡ-୧୯ ପରିଚାଳନାରେ ସଂପୃକ୍ତ ଆଇଟି ଓ କଲ ସେଂଟର
୮-ପିଇବା ପାଣି, ପରିମଳ ଓ ସ୍ୱରେଜ୍
୯-ବିଦ୍ୟୁତ ଯୋଗାଣ
୧୦-ସରକାରଙ୍କ ଦ୍ୱାରା ଚିହ୍ନିତ ଔଷଧ ଦୋକାନ
୧୧-ମାଲ ପରିବହନ କରୁଥିବା ଯାନବାହାନ
୧୨-କୋଭିଡ୍ -୧୯ ଚିହ୍ନଟ, ପରୀକ୍ଷା , କ୍ୱାରେଣ୍ଟାଇନ, ଆଇସୋଲେସନ ଓ କଂଟେନମେଂଟ ସମ୍ପର୍କୀତ ଗମନାଗମନ
୧୩-ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ ୟୁନିଟ