ଦିଲ୍ଳୀରେ ଭୟଙ୍କର ହେଉଛି କରୋନା ସ୍ଥିତି : ଆଜି ରାତିଠାରୁ ୭ ଦିନ ପର୍ଯ୍ୟନ୍ତ ଲାଗୁ ହୋଇପାରେ କର୍ଫ୍ୟୁ

ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା; ସେପଟେ ପ୍ରଧାନମନ୍ତ୍ରୀ ଡାକିଲେ ଜରୁରୀ ବୈଠକ 

104

କନକ ବ୍ୟୁରୋ : ଦିଲ୍ଳୀରେ ଭୟଙ୍କର ହେଉଛି କରୋନା ସ୍ଥିତି । ଆଜି ରାତିଠାରୁ ୭ ଦିନ ପର୍ଯ୍ୟନ୍ତ ଲାଗୁ ହୋଇପାରେ କର୍ଫ୍ୟୁ । ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ଏନେଇ କିଛି ସମୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଔପଚାରିକ ଭାବେ ଘୋଷଣା କରିପାରନ୍ତି । ସପ୍ତାହନ୍ତ ଲକଡାଉନ ସମୟରେ ଯେଉଁଭଳି କଟକଣା ଲଗାଯାଇଥିଲା ସେହିଭଳି କଟକଣା କର୍ଫ୍ୟୁ ସମୟରେ ଲଗାଯିବ ।

ଦିଲ୍ଲୀରେ ଗତ ୨୪ ଘଂଟାରେ ୨୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଦିନକରେ ୧୬୧ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ କରୋନା ବେକାବୁ ହେଉଥିବାରୁ ସରକାର ଏଭଳି ଶକ୍ତି କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି । ଦିଲ୍ଲୀରେ ପରିସ୍ଥିତି ଏପରି ହୋଇଛି କରୋନା ଆକ୍ରାନ୍ତଙ୍କୁ କେଉଁଠି ବେଡ୍ ମିଳୁନି ତ ଆଉ କେଉଁଠି ଅକ୍ସିଜେନ ମିଳୁନଥିବା ଖବର ଆସୁଛି ।

ସୂଚନା ଅନୁଯାୟୀ ଦିଲ୍ଲୀରେ ୧୮ ହଜାର ବେଡ ରହିଛି, ସେଥିରୁ ଏବେ ୧୫ ହଜାର ବେଡରେ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି ୪୨୦୧ ଆଇସିୟୁ ବେଡ୍ ରହିଛି, ସେଥିରୁ ୪୧୦୫ ବେଡ୍ରେ ରୋଗୀ ଚିକିତ୍ସତ ହେଉଛନ୍ତି । ଅର୍ଥାତ ଆଉ ମାତ୍ର ୧୦ଟି ଆଇସିୟୁ ବେଡ୍ ଖାଲି ରହିଛି ।