କୋଭିଡ ହସ୍ପିଟାଲରେ କର୍ମଚାରୀ ଅଭାବ ଅଭିଯୋଗ । ବଲାଙ୍ଗୀର କୋଭିଡ ହସ୍ପିଟାଲରେ ଆକ୍ରାନ୍ତଙ୍କ ଯତ୍ନ ନେଉଛନ୍ତି ଅଣଆକ୍ରାନ୍ତ ସଂପର୍କୀୟ । 

129

କନକ ବ୍ୟୁରୋ: ବଲାଙ୍ଗୀର କୋଭିଡ ହସ୍ପିଟାଲରେ ଚରମ ଅବହେଳା ନେଇ ଅଭିଯୋଗ ହୋଇଛି । ଜଣେ ଆକ୍ରାନ୍ତଙ୍କ ସଂପର୍କୀୟ ସ୍ୱାସ୍ଥ୍ୟସେବାରେ ଅବହେଳା ନେଇ ଅଭିଯୋଗ କରିଛନ୍ତି । କରୋନା ଏକ ସଂକ୍ରାମକ ରୋଗ ହୋଇଥିବାବେଳେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲକୁ ଅଣ କୋଭିଡ ସଂପର୍କୀୟଙ୍କୁ ଯିବାକୁ ପଡୁଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ପ୍ରହ୍ଲବ କୁମାର ହୋତା କହିଛନ୍ତି ତାଙ୍କ ବାପା କରୋନା ଆକ୍ରାନ୍ତ ହେବାପରେ ସେ ହସ୍ପିଟାଲକୁ ଆଣିଥିଲେ । ହେଲେ କେହି ହସ୍ପିଟାଲ କର୍ମଚାରୀ ତାଙ୍କୁ କୋଭିଡ ହସ୍ପିଟାଲର ଆଇସୋଲେସନ ବେଡକୁ ନେବା ପରିବର୍ତେ ସେ ନିଜେ ହିଁ ନେବାକୁ ପଡିଥିଲା । ଏପରିକି ପରବର୍ତୀ ସମୟରେ ସେ ନିଜେ କୋଭିଡ ହସ୍ପିଟାଲରେ ରହି ବାପାଙ୍କ ଯତ୍ନ ନେଉଥିବାବେଳେ କେହି ହସ୍ପିଟାଲ କର୍ମଚାରୀ ତାଙ୍କୁ ଦେଖାଶୁଣା କରୁନଥିବା ସେ ଅଭିଯୋଗ ବାଢିଛନ୍ତି ।

ଅନ୍ୟପଟେ ଏହି ଅଭିଯୋଗ ନେଇ ଆମ ବଲାଙ୍ଗୀର ପ୍ରତିନିଧି ବଲାଙ୍ଗୀ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ସହ କଥା ହୋଇଥିଲେ । ସେ ମଧ୍ୟ କର୍ମଚାରୀ ଅଭାବ କଥାକୁ ସ୍ୱୀକାର କରିଛନ୍ତି । ଜିଲ୍ଲାପାଳ ଆସୁ ବୁଲି ଦେଖିଥିବାବେଳେ ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ଓ ଅଣକୋଭିଡ ସଂପର୍କୀୟଙ୍କ ପ୍ରବେଶ ବନ୍ଦ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।