କନକ ବ୍ୟୁରୋ : ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳ ବଦଳକୁ ନେଇ ବଡ ଅଭିଯୋଗ । କୋରାପୁଟ ଜିଲ୍ଲା ବନ୍ଧୁ ଗାଁ ବ୍ଲକ୍ କୁମ୍ଭାରପସ୍ୱଙ୍କ ଅଂଚଳର ସୁନ୍ଦରୀ ହିମିରିକା ପ୍ରସୂତି ପାଇଁ ଗତକାଲି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ପ୍ରସୂତି ପରେ ତାଙ୍କର ନବଜାତ କନ୍ୟା ମୃତ ବୋଲି କହି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ମେଡିତାଲ କର୍ତୃପକ୍ଷ । ମୃତ ନବଜାତକୁ ପୋତି ଘରକୁ ଫେରିବାବେଳେ ପୁଣିଥରେ ସୁନ୍ଦରୀଙ୍କ ପରିବାରକୁ ଡାକି ଆଉ ଏକ ନବଜାତ ମୃତ ଶିଶୁ ହସ୍ତାନ୍ତର କରିଥିଲେ ମେଡିକାଲ କର୍ମଚାରୀ । ମୃତ ପୁତ୍ର ସନ୍ତାର ସୁନ୍ଦରୀଙ୍କ ବୋଲି ପ୍ରଥମେ ବାଧ୍ୟ କରିଥିଲେ ମେଡିକାଲ କର୍ମଚାରୀ । ପୁନର୍ବାର ମୃତ ଶିଶୁକୁ ପୋତି ଘରକୁ ଫେରିବାକୁ ବାହାରିଥିଲେ ସୁନ୍ଦରୀଙ୍କ ପରିବାର । ହେଲେ ସେତେବେଳେ ମେଡିକାଲ କର୍ତୃପକ୍ଷ, ଉକ୍ତ ଶିଶୁ ପୁତ୍ର ତାଙ୍କର ନୁହେଁ କହି ଫେରାଇବାକୁ କହିଥିଲେ । ଏହି ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତେଜନା ଦେଖା ଦେଇଥିଲା । ସୂଚନା ଅନୁସାରେ, ସୁନ୍ଦରୀଙ୍କ ଯେଉଁ ସମୟରେ ପ୍ରସୂତି ହୋଇଥିଲା ସେହି ସମୟରେ ମଲା ନାୟକ ମଧ୍ୟ ପ୍ରସବ ଯନ୍ତ୍ରଣାରେ ମେଡିକାଲରେ ଭର୍ତି ହୋଇଥିଲେ । ତାଙ୍କର ଯାଆଁଳା ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ପରେ ଶିଶୁ ପୁତ୍ର ଦ୍ୱୟ ଗୁରୁତର ହେବାରୁ ସେମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତ ଶିଶୁକୁ ନେଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରିବର୍ତେ ଜୋର ଜବରଦସ୍ତ ସୁନ୍ଦରୀଙ୍କୁ ହସ୍ତାନ୍ତର କରିଥିଲେ ମେଡିକାଲ କର୍ତୃପକ୍ଷ । ଡାକ୍ତରଖାନାରେ ଏଭଳି ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ମେଡିକାଲ କର୍ତୃପକ୍ଷ ଏହି ଘଟଣା ପାଇଁ ଭୁଲ ମାଗିଥିବା ଜଣା ପଡିଛି ।
ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ମୃତ ନବଜାତ ଶିଶୁ ଅଦଳ ବଦଳ ଅଭିଯୋଗ । ଅନ୍ୟ ଜଣଙ୍କ ନବଜାତ ଶିଶୁର ମୃତ ଦେହ ଆଉ ଏକ ପରିବାରକୁ ହସ୍ତାନ୍ତର
/kanak/media/post_attachments/wp-content/uploads/2023/11/42-3.jpg)