କନକ ବ୍ୟୁରୋ: ନକଲି ଔଷଧ ନିୟନ୍ତ୍ରଣ ପାଇଁ ଡ୍ରଗ୍ସ କଂଟ୍ରୋଲର ନୂଆ ବ୍ୟବସ୍ଥା । ଔଷଧ ଦୋକାନ ବାହାରେ ଲାଗିଲା ଡ୍ରଗ୍ସ ଇନସ୍ପେକ୍ଟରଙ୍କ ହ୍ୱାଟ୍ସଅପ୍ ନମ୍ବର । ସହରର ସମସ୍ତ ଔଷଧ ଦୋକାନ ବାହାରେ ଡ୍ରଗ୍ସ କଂଟ୍ରୋଲ ପକ୍ଷରୁ ହ୍ୱାଟ୍ସଅପ୍ ନମ୍ବର ଲଗାଯାଇଛି । ଔଷଧକୁ ନେଇ କୌଣସି ବି ଅଭିଯୋଗ ରହିଲେ ଏହି ନମ୍ବରରେ ଅଭିଯୋଗ କରିପାରିବେ ଗ୍ରାହକ । ଟୁଇନ ସିଟିରେ ନକଲି ଔଷଧକୁ ନେଇ ଅନେକ ଚିତ୍ର ସାମ୍ନାକୁ ଆସିବା ପରେ ସଜାଗ ଡ୍ରଗ୍ସ କଂଟ୍ରୋଲ । ଗ୍ରାହକଙ୍କ ଅଭିଯୋଗ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି ।