ଓଟିଭି ନାଁରେ ଅଭିଯୋଗ । ସାରୁଅ ଗାଁରେ ବେଆଇନ ଭାବରେ ନିର୍ମାଣ କରୁଛି ଅନେକ କାମ, ହନ୍ତସନ୍ତ ହେଉଛନ୍ତି ଲୋକେ

ଓଟିଭି ନାଁରେ ଅଭିଯୋଗ । ସାରୁଅ ଗାଁରେ ବେଆଇନ ଭାବରେ ନିର୍ମାଣ କରୁଛି ଅନେକ କାମ, ହନ୍ତସନ୍ତ ହେଉଛନ୍ତି ଲୋକେ

କନକ ବ୍ୟୁରୋ : ଓଟିଭି ବିରୋଧରେ ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ । ଖୋର୍ଦ୍ଧା ଜିଲ୍ଲା ସାରୁଅ ଗାଁରେ ଓଟିଭି ଉପଦ୍ରବ କରୁଥିବା ଅଭିଯୋଗ ହୋଇଛି । କିଛି ବର୍ଷ ତଳେ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଜମି କିଣି ନେଇଥିବା ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଓଟିଭି ପକ୍ଷରୁ ଘର ପାଚେରୀ, ପୋଖରୀ, ରାସ୍ତା ନିର୍ମାଣ କରାଯିବାରୁ ସ୍ଥାନୀୟ ଲୋକଙ୍କୁ ଅସୁବିଧା ହେଉଛି, ଲୋକେ ନିଜ ଚାଷ ଜମିକୁ ଯାଇପାରୁନାହାନ୍ତି ।

ଆଉ ଏନେଇ ପ୍ରତିବାଦ କଲେ କମ୍ପାନୀ ପକ୍ଷରୁ ଗୁଣ୍ଡା ଲଗାଇ ଧମକ ଚମକ ଦିଆଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ସାରୁଅ ଗାଁରେ ଲୋକଙ୍କୁ ସୁରକ୍ଷା ଦେବା ସହ ଓଟିଭିର ବେଆଇନ୍ ନିର୍ମାଣ ବନ୍ଦ କରାଇବା ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦିଆଯାଇଛି । ତେବେ ସାରୁଅ ଗ୍ରାମବାସୀଙ୍କ ଅଭିଯୋଗ ସଂପର୍କରେ ଓଟିଭି କର୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe