ସାରୁଅ ଜମି ବିବାଦ ମାମଲାରେ ଓଟିଭି ବିରୋଧରେ ଅଭିଯୋଗ: ନିର୍ଦ୍ଦେଶିକା ଜାଗିମଙ୍ଗତ ପଣ୍ଡାଙ୍କ ବିରୋଧରେ ବାଘମାରୀ ଥାନାରେ ଅଭିଯୋଗ କଲେ ସାରୁଅ ଗ୍ରାମବାସୀ; ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ

ଲାଗିଲା ଏସସି, ଏସଟି ଆକ୍ଟ

309

କନକ ବ୍ୟୁରୋ: ଓଟିଭି ବିରୋଧରେ ଅଭିଯୋଗ । ଗତକାଲି ବାଘମାରୀ ଥାନାରେ ଅଭିଯୋଗ କରିଛନ୍ତି ସାରୁଅ ବାସିନ୍ଦା । ଓଟିଭିର ନିର୍ମାଣ କାମକୁ ବିରୋଧ କରି ଏହି ଅଭିଯୋଗ ଦାଖଲ ହୋଇଛି । ଓଟିଭିର ନିର୍ଦ୍ଦେଶିକା ଜାଗୀ ମଙ୍ଗତ ପଣ୍ଡାଙ୍କ ସମେତ ତାଙ୍କ ବାପା ଓ ଭାଇଙ୍କ ନାଁରେ ମଧ୍ୟ ଅଭିଯୋଗ ହୋଇଛି । ନିର୍ମାଣ ହୋଇଥିବା ପାଚେରୀ ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ତେଣୁ ପାଚେରୀ ଭାଙ୍ଗି ନ୍ୟାୟ ଦେବାକୁ ଦାବି କରିଛନ୍ତି । ସାରୁଆବାସୀଙ୍କ ଅଭିଯୋଗ ପାଇବା ପରେ ପୋଲିସ ଆଇପିସିର ବିଭିନ୍ନ ଦ୍ରଫାରେ ମାମଲା ରୁଜୁ କରିଛି । ଏସସିଏସଟି ଆକ୍ଟ ମଧ୍ୟ ଲାଗିଥିବା ଜଣାପଡିଛି । ଏନେଇ ପୂର୍ବରୁ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ ସାରୁଅବାସୀ । ଅଭିଯୋଗ ଆଧାରରେ ସେଠାରେ ତହସିଲଦାରଙ୍କ ଉପସ୍ଥିତିରେ ମାପଚୁପ ହୋଇଥିଲା । ତେବେ ଏହି ପ୍ରସଙ୍ଗରେ ଓଟିଭି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Comments are closed.