କନକ ବ୍ୟୁରୋ: ଓଟିଭି ବିରୋଧରେ ଅଭିଯୋଗ । ଗତକାଲି ବାଘମାରୀ ଥାନାରେ ଅଭିଯୋଗ କରିଛନ୍ତି ସାରୁଅ ବାସିନ୍ଦା । ଓଟିଭିର ନିର୍ମାଣ କାମକୁ ବିରୋଧ କରି ଏହି ଅଭିଯୋଗ ଦାଖଲ ହୋଇଛି । ଓଟିଭିର ନିର୍ଦ୍ଦେଶିକା ଜାଗୀ ମଙ୍ଗତ ପଣ୍ଡାଙ୍କ ସମେତ ତାଙ୍କ ବାପା ଓ ଭାଇଙ୍କ ନାଁରେ ମଧ୍ୟ ଅଭିଯୋଗ ହୋଇଛି । ନିର୍ମାଣ ହୋଇଥିବା ପାଚେରୀ ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ତେଣୁ ପାଚେରୀ ଭାଙ୍ଗି ନ୍ୟାୟ ଦେବାକୁ ଦାବି କରିଛନ୍ତି । ସାରୁଆବାସୀଙ୍କ ଅଭିଯୋଗ ପାଇବା ପରେ ପୋଲିସ ଆଇପିସିର ବିଭିନ୍ନ ଦ୍ରଫାରେ ମାମଲା ରୁଜୁ କରିଛି । ଏସସିଏସଟି ଆକ୍ଟ ମଧ୍ୟ ଲାଗିଥିବା ଜଣାପଡିଛି । ଏନେଇ ପୂର୍ବରୁ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ ସାରୁଅବାସୀ । ଅଭିଯୋଗ ଆଧାରରେ ସେଠାରେ ତହସିଲଦାରଙ୍କ ଉପସ୍ଥିତିରେ ମାପଚୁପ ହୋଇଥିଲା । ତେବେ ଏହି ପ୍ରସଙ୍ଗରେ ଓଟିଭି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/20-1.jpg)