ରାସ୍ତା ଉପରେ ରାୟଗଡା ପୁଲିସର ଥାର୍ଡ ଡିଗ୍ରୀ ଅଭିଯୋଗ । ହେଲମେଟ୍ ଚେକିଂ ବେଳେ ଯୁବକଙ୍କୁ ମାଡ ମାରି ଲହୁଲୁହାଣ କଲା ପୁଲିସ । ପ୍ରତିବାଦରେ ଥାନା ଘେରିଲେ ଲୋକେ ।

146

କନକ ବ୍ୟୁରୋ : ରାସ୍ତା ଉପରେ ରାୟଗଡା ପୁଲିସର ଥାର୍ଡ ଡିଗ୍ରୀ ଅଭିଯୋଗ । ହେଲମେଟ୍ ଚେକିଂ ବେଳେ ଯୁବକଙ୍କୁ ମାଡ ମାରି ପୁଲିସ ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ପୁଲିସ ମାଡରେ ଆହତ ହୋଇ ଯୁବକ ଡାକ୍ତରଖାନାରେ ଭର୍ତି ହୋଇଥିବା ବେଳେ ପ୍ରତିବାଦରେ ରାୟଗଡା ଟାଉନ ଥାନା ଘେରାଉ କରିଛନ୍ତି ସ୍ଥାନୀୟ ଲୋକେ ।

ମିଳିଥିବା ଖବର ଅନୁସାରେ, ରାୟଗଡା ତଳକିଶୋର ଗାଁର ୧୮ ବର୍ଷିୟ ରାହୁଲ ହିମିରିକା ଓ ୧୭ ବର୍ଷିୟ ନାବାଳକ କିଷାନ କୋଲକା ବାଇକ ଯୋଗେ ମା’ ମଝିଘରିଆଣୀଙ୍କ ଦର୍ଶନ ପାଇଁ ଯାଉଥିଲେ । ସେହି ସମୟରେ ରାୟଗଡା ସହର ଜଗନ୍ନାଥ ମନ୍ଦିର ନିକଟରେ ହେଲମେଟ୍ ଚେକିଂ କରୁଥିଲେ ପୁଲିସ । ଏମାନେ ମଧ୍ୟ ପୁଲିସ ହାବୁଡରେ ପଡିଥିଲେ । ପରେ ପୋଲିସ ଏମାନଙ୍କୁ ମାଡ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଥିଲା ।