କନକ ବ୍ୟୁରୋ: ଟଙ୍କା ନଦେଲେ ହୋଇପାରିବନି ଚିକିତ୍ସା । ଡାଏଲିସସି କରିବାକୁ ୧୫ ହଜାର ଟଙ୍କା ଦରକାର । ନରସିଂହପୁରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଡାଏଲିସିସ ସେଣ୍ଟରରେ ଲାଞ୍ଚ କାରବାର ଘଟଣା ପଦାକୁ ଆସିଛି । ଡାଏଲିସିସ କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି । ନରସିଂହପୁରର ଜଣେ ବ୍ୟକ୍ତି ଛାତିରେ ଅଧିକ ଯନ୍ତ୍ରଣା ଯୋଗୁ ଚିକିତ୍ସା ପାଇଁ ଆସିଥିଲେ । ସେଠାରେ ତାଙ୍କର ଅଧିକ ଟେଷ୍ଟ କରାଯିବାକୁ କହିବା ସହିତ ଏକ ନିର୍ଦ୍ଦିଷ୍ଟ ପାଥୋଲାବକୁ ପଠାଯାଇଥିଲା । ପରେ ଡାଏଲିସିସ ସେଂଟର ମୁଖ୍ୟ ୧୫ ହଜାର ଟଙ୍କା ମାଗିଥିଲେ । ଏପରିକି ଟଙ୍କାଟିଏ ବି କମ୍ ହେଲେ ରୋଗୀଙ୍କୁ ମାରିଦେବାର ଧମକ ଦେଇଥିଲେ । ଶେଷର ବ୍ୟକ୍ତି ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଥଲା । ତେବେ ଏହି ମୃତ୍ୟୁ ପ୍ରାକୃତିକ ନୁହଁ ତାଙ୍କୁ ଅବହେଳା କରି ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକ । । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ସମସ୍ତ ଘଟଣାକୁ ମିଛ ବୋଲି କହିଛନ୍ତି ଡାଏଲିସିସ ସେଣ୍ଟର ମ୍ୟାନେଜର ।
ଲାଞ୍ଚ ନଦେଲେ ହେବନି ଡାଏଲିସିସ। ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଡାଏଲିସିସ ସେଣ୍ଟର ନାଁରେ ଅଭିଯୋଗ।
/kanak/media/post_attachments/wp-content/uploads/2022/10/6-28.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)