ନାଁ ଅଛି ସୂଚନା ଫଳକ, ନାଁ ଅଛନ୍ତି ବିଭାଗୀୟ ଅଧିକାରୀ । ନିଶ୍ଚିତକୋଇଲି ନଦୀ ବନ୍ଧ କାମରେ ଦୁର୍ନୀତି ଓ ନିମ୍ନମାନର କରାଯାଉଥିବା ଅଭିଯୋଗ

93

କନକ ବ୍ୟୁରୋ : ବନ୍ୟାରୁ ରକ୍ଷା ପାଇବେ ଲୋକେ । ସୁରକ୍ଷା ନେଇ ବ୍ୟୟବରାଦ କରାଯାଇଛି । କାମ ବି ଆରମ୍ଭ ହୋଇଛି । ହେଲେ ନିର୍ମାଣ ସ୍ଥଳରେ କୌଣସି ସୂଚନା ଫଳକ ନଥିବା ବେଳେ ଅଧିକାରୀଙ୍କ ଦେଖା ବି ନାହିଁ । କେନ୍ଦୁପାଟଣା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ତତ୍ୱବଧାନରେ ଲୁଣାନଦୀ ସାଧକନଗରଠାରେ ନିର୍ମାଣ ହେଉଥିବା ବୁରୁଜର ଦୃଶ୍ୟ । ନଦୀ ବାମ ପାଶ୍ୱର୍େରେ ୫କୋଟି ୬୪ ଲକ୍ଷରେ ୧୩ଟି ବୁରୁଜ ଓ ୬୯୩ ମିଟର ପଥର ପ୍ୟାକିଂ ପାଇଁ ବ୍ୟୟ ବରାଦ ହୋଇଥିଲା । ହେଲେ ସେଠାରେ ନାଁ ଅଛି ସୂଚନା ଫଳକ ନାଁ ଅଛନ୍ତି ବିଭାଗୀୟ ଅଧିକାରୀ । କାମ ନାଁରେ ନଦୀ ସୁଅ ମୁହଁରେ ଚାଲିଯାଉଛି କୋଟି କୋଟି ଟଙ୍କା । କାମ ସ୍ଥାୟୀତ୍ୱରୁ ନେଇ ଲୋକଙ୍କ ସୁରକ୍ଷା ପର୍ଯ୍ୟନ୍ତ ପ୍ରଶ୍ନ ଉଠାଇଛନ୍ତି ଲୋକେ ।

ନିର୍ମାଣ କାମ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ଲୁଣାନଦୀ ପାଖର ଥିବା ସାଧକ ନଗର ଓ ହନୁମାନପୁର ଗାଁର ଲୋକ । ବନ୍ୟା ସମୟର ନଦୀରୁ ଅତଡା ଖସିବା ସହ ଘଳିଆ ପହୁଛି । ବାରମ୍ବାର ତାର ସ୍ଥାୟୀ ପ୍ରତିକାର ନେଇ ପ୍ରଶାସନକୁ ଜଣାଇ ଆସୁଛନ୍ତି ଲୋକେ । ତାର ସମାଧନ କରାଯାଇ କାମ ବି ଆରମ୍ଭ ହୋଇଛି । ହେଲେ ନିମ୍ନମାନର କାମ ଚାଲୁଥିବା ବେଳେ ପଥର ପ୍ୟାକିଂ ନଇ ଭୟ ବଢୁଛି । ବଡ ପଥରର ବ୍ୟବହାର ହେଉନି କି ନିର୍ମାଣ କାମ ସଠିକ୍ ଭାବେ କରାଯାଉନି । ପ୍ରଥମ ବନ୍ୟା ପ।।ଣିରେ ବୁରୁଜ ଭାସିଯିବ ଏଥିରେ ସନ୍ଦେହ ନାହିଁ । ଯାହାକୁ େନେଇ ଲୋକଙ୍କ ମଧ୍ୟରେ ଅସନ୍ତାଷ ବଢିଚାଲିଛି ।

ବାରମ୍ବାର ଅଭିଯୋଗ ପରେ ଖୁବଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ କରାଯିବାର ନିର୍ଦ୍ଦେଶ ହୋଇଛି ।