କନକ ବ୍ୟୁରୋ : ବସ୍ ଚଢ଼ିବାକୁ ଡହଳବିହକଳ । କିଏ ଝରକା ବାଟେ ବିପଦପୂର୍ଣ୍ଣ ଭବେ ବସରେ ଚଢ଼ୁଛି, ଆଉ କିଏ ଠେଲାପେଲା କରି ଯେମିତି ହେଉ ବସରେ ଚଢ଼ିବାକୁ ଲାଗି ପଡ଼ିଛି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ ସଦରରୁ ଆସିଛି ଏହି ଦୃଶ୍ୟ । ଲକ୍ଷ୍ମୀ ବସରେ ବସିବା ଲାଗି ଯାତ୍ରୀଙ୍କ ମଧ୍ୟରେ ରୀତିମତ ପ୍ରତିଯୋଗିତା ଲାଗିଯାଇଛି । ଖଇରପୁଟ ସଦରରୁ ବଣ୍ଡାଘାଟିକୁ ଯାଉଥିବା ଏହି ବସ୍ରେ ବଣ୍ଡା ଯାତ୍ରୀମାନେ ଚଢ଼ିବା ଲାଗି କସରତ କରୁଛନ୍ତି, ଯାହାକୁ ନେଇ ଚର୍ଚ୍ଚା ହେଉଛି । ଗାଁ ଗଣ୍ଡାରେ ଯାତାୟତ ସୁବିଧା ଲାଗି ମାଲକାନଗିରି ଜିଲ୍ଲାରୁ ଲକ୍ଷ୍ମୀ ବସ୍ ସେବାକୁ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ।
ଲକ୍ଷ୍ମୀ ବସ୍ ଚଢ଼ିବାକୁ ଡହଳବିହକଳ : ବଣ୍ଡା ଯାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା; ଝରକା ବାଟେ ବିପଦପୂର୍ଣ୍ଣ ଭାବେ ଚଢ଼ୁଛନ୍ତି ଯାତ୍ରୀ
/kanak/media/post_attachments/wp-content/uploads/2023/10/vlcsnap-2023-10-19-08h16m10s491.jpg)