ଆଠଗଡରେ ଅଜବ ବାଜି : ଜଙ୍ଗଲ ହାତୀର ପେଟ ତଳେ ପଶିବା ପାଇଁ ଲାଗିଲା ପ୍ରତିଯୋଗିତା !

24
କନକ ବ୍ୟୁରୋ : ଆଠଗଡରେ ଅଜବ ପ୍ରାକାରର ବାଜି ଦେଖିବାକୁ ମିଳିଛି । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ  । ଆପଣ ଅନେକ ବାଜି ଲୋକେ ଲଗାଇଥିବାର ଜାଣିଥିବେ । ହେଲେ ଏମିତି ବାଜି  ବା ପ୍ରତିଯୋଗିତା କେବେ ଦେଖିନଥିବେ । ଏମିତି ଏକ ଘଟଣା ଆଠଗଡର ସାମ୍ନାକୁ ଆସିଛି ।
ଜଙ୍ଗଲ ହାତୀର ପେଟ ତଳ ଦେଇ ଯିବା ପାଇଁ ଲାଗିଲା ପ୍ରତିଯୋଗିତା । କ୍ୟାମେରାରେ କଏଦ ହେଲା ଯୁବକଙ୍କ ଦୁଃସାହସିକ କାର୍ଯ୍ୟ  ।  ଘଟଣା ଘଟିଛି ଆଠଗଡ ବନଖଣ୍ଡ ଅନ୍ତର୍ଗତ ୫୫ନମ୍ବର ଜାତୀୟ ରାଜପଥ ବଉଳ ନିକଟରେ  । ବଣୁଆ ହାତୀକୁ ଆଖୁ ଖାଇବାକୁ ଦେଇ ତା ପେଟ ତଳ ଦେଇ ଗଳି ଯିବା ପାଇଁ ଏପିରି ବାଜି ଲାଗିଛି  । ଆଉ ବାଜିର ମୂଲ୍ୟ ହେଉଛି ମାତ୍ର ଦୁଇ ଶହ ଟଙ୍କା  । ହାତୀ ଆକ୍ରମଣରେ ସମ୍ପୃକ୍ତ ଅଂଚଳରେ ବିଭିନ୍ନ ସମୟରେ ଲୋକଙ୍କ ଜୀବନ ଯାଉଥିବା ବେଳେ ମାତ୍ର ୨ଶହ ଟଙ୍କା ପାଇଁ ଯୁବକ ମାନେ  ନିଜ ଜୀବନକୁ ବାଜି ଲାଗାଉଛନ୍ତି । ଏହି ଘଟଣା ଏବେ ଖୁବ୍ ଆଲୋଚନାର ବିଷୟ ପାଲଟିଛି । ଆଉ ଏହାକୁ ଅନେକ ବାରଣ ମଧ୍ୟ କରିଛନ୍ତି । ସାମାନ୍ୟ କିଛି ଟଙ୍କା ପାଇଁ ଏପରି ଜୀବନକୁ ବାଜି ଲଗାଇଦେବା ଆଦୌ ଗ୍ରହଣଯୋଗ୍ୟ କାର୍ଯ୍ୟ ନୁହେଁ ।