ଏଣିକି ଭାରତୀୟ ସେନାର ଲୋଗ ଯୁକ୍ତ ପୋଷାକ ବିକ୍ରି କରିପାରିବେନି କୌଣସି କମ୍ପାନୀ ! ଲାଗିଲା ପ୍ରତିବନ୍ଧକ, ଉଲଙ୍ଘନ କଲେ ହୋଇପାରେ ଦୃଢ କାର୍ଯ୍ୟାନୁଷ୍ଠାନ ।

33

ଆର୍ମି, ପୋଲିସ, ବିଏସଏଫ, ନୌସେନା ଏବଂ ବାୟୁ ସେନା ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ଡ୍ରେସକୋର୍ଡ ରହିଛି । ସମସ୍ତେ ସମସ୍ତଙ୍କ ଡ୍ରେସକୋର୍ଡ ପାଇଁ ପରିଚିତ ହୋଇଥାନ୍ତି । କିନ୍ତୁ ପୋଷାକ କାହାକୁ ଅତି ସହଜରେ ମିଳିନଥାଏ । ଏଥିପାଇଁ କଠିନ ପରିଶ୍ରମ ସହ ଅତ୍ୟନ୍ତ ସାହସ ମଧ୍ୟ ଦରକାର ପଡିଥାଏ ।

କଠିନ ଓ ଦୁଃସାହସିକ ଟ୍ରେନିଂ ପରେ ଜଣ ବ୍ୟକ୍ତି ଭାରତୀୟ ସେନାର ସଂକେତ ୟୁନିଫର୍ମ ଥିବା ୟୁନିଫର୍ମ ପିନ୍ଧିବାକୁ ଯୋଗ୍ୟ ବିବେଚିତ ହୋଇଥାଏ । ୟୁନିଫର୍ମ ପିନ୍ଧିବା ପରେ ହିଁ ବ୍ୟକ୍ତିକୁ ଯବାନ ବୋଲି କୁହାଯାଇଥାଏ । ଜଣେ ଯବାନ ପାଇଁ ତାହାର ୟୁନିଫର୍ମ ହିଁ ସବୁକିଛି । କିନ୍ତୁ ଆଜିକାଲି କେତେକ କମ୍ପାନି ଲାଭ କମାଇବା ପାଇଁ ଭାରତୀୟ ସେନାର ସଂକେତ ଥିବା ପୋଷାକ ତିଆରି କରି ବଜାରରେ ବିକ୍ରି କରୁଛନ୍ତି । ଏହାକୁ ସେନା ବେଶ ଗୁରୁତ୍ୱର ସହ ନେଇଛି ।

ଟିସାର୍ଟ ଓ ଅନ୍ୟାନ୍ୟ ପୋଷାକରେ ଭାରତୀୟ ସେନାର ଲୋଗୋ ଲଗାଇ ବିକ୍ରି କରୁଥିବା କମ୍ପାନି ସାବଧାନ । ଏଥିପାଇଁ ଭାରତୀୟ ସେନା ଆଇନଗତ କାର‌୍ୟ୍ୟାନୁଷ୍ଠାନ ନେଇପାରେ । ନିକଟରେ ଭାରତୀୟ ସେନାର ସଂକେତ ଥିବା ଟି-ସାର୍ଟ ବିକୁଥିବା ଏକ କମ୍ପାନି ବିରୋଧରେ ସେନା ଆଇନଗତ କାର‌୍ୟ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ମାଇ ଡ୍ରିମ ଷ୍ଟୋର ନାମକ ଏହି କମ୍ପାନି ଅନଲାଇନରେ ଭାରତୀୟ ସେନାର ସଂକେତ ଥିବା ବିଭିନ୍ନ ପ୍ରକାରର ଟିସାର୍ଟ ବିକ୍ରି କରୁଥିଲା । ନିଜର ଏସବୁ ସାମଗ୍ରୀର ପ୍ରଚାର ପାଇଁ କମ୍ପାନି ଫେସବୁକ, ଇନଷ୍ଟାଗ୍ରାମ ଆଦି ସୋସିଆଲ ମିଡିଆର ସାହାରା ନେଉଥିଲା । ଏହା ଭାରତୀୟ ସେନାର ଦୃଷ୍ଟିକୁ ଆସିବା ପରେ କମ୍ପାନିକୁ ସେନା ପକ୍ଷରୁ ଏକ ନୋଟିସ ପଠାଯାଇଛି । ଏ ସଂପର୍କରେ ସେନା ପକ୍ଷରୁ କୁହାଯାଇଛି ଯେ ଭାରତୀୟ ସେନାର ସଂକେତ ବ୍ୟବହାର କରିବା ପାଇଁ କାହାରିକୁ ଅନୁମତି ଦିଆଯାଇନାହିଁ । ଏପରି କରୁଥିବା ସଂସ୍ଥା ଆଇନ ଅନୁସାରେ ଦଣ୍ଡିତ ହେବେ ।