ଚାଷୀଙ୍କୁ ଠକିଦେଲା କମ୍ପାନୀ : ଅଧିକ ଅମଳ ଆଶା ଦେଖାଇ ନକଲି ବିହନ ଦେଇଥିବା ଅଭିଯୋଗ, ମୋଟା ଅଙ୍କର ଟଙ୍କା ଠକିନେଲା କମ୍ପାନୀ; କୋରାପୁଟ ଜୟପୁର ବ୍ଲକରୁ ବିଭିନ୍ନ ଗାଁରୁ ଆସିଲା ଫସଲର ଚିତ୍ର

226
କନକ ବ୍ୟୁରୋ : ଚାଷୀଙ୍କୁ  ଠକିଦେଲା କମ୍ପାନୀ । ଅଧିକ ଅମଳ ହେବାର ଆଶା ଦେଖାଇ ଦେଇଗଲା ନକଲି ବିହନ ।  ନେଇଗଲେ ମୋଟା ଅଙ୍କର ଟଙ୍କା । ହଜାର ହଜାର ଧାନ ଜମିରେ ଫସଲ ପାଚିସାରିଛି । ଅଧା ଧାନ କଂଚା ରହିଥିବା ବେଳେ ଅଧା ଧାନ ଗଛରେ କେଣ୍ଡା ବାହାରିଛି ।
ଚାଷୀ ଯେତିକି ଧାନ ଅମଳ କରିବାକୁ ପ୍ରତିଶ୍ରୁତି ପାଇଥିଲା ସେହି ଅନୁସାରେ ଧାନ ଅମଳ ହୋଇନଥିବାରୁ ଚାଷୀର ଚିନ୍ତା ବଢିଯାଇଛି । ୨ ହଜାର ଏକରରୁ ଅଧିକ ଜମିରେ ଏଭଳି ଅବସ୍ଥା ଦେଖାଦେଇଛି । ଚିନ୍ତାରେ ଅଛନ୍ତି ଚାଷୀ । କେରାପୁଟ ଜୟପୁର ବ୍ଲକରେ ଭଳି ପରିସ୍ଥିତି ଦେଖାଦେଇଛି ।

Comments are closed.