କନକ ବ୍ୟୁରୋ : ଚାଷୀଙ୍କୁ ଠକିଦେଲା କମ୍ପାନୀ । ଅଧିକ ଅମଳ ହେବାର ଆଶା ଦେଖାଇ ଦେଇଗଲା ନକଲି ବିହନ । ନେଇଗଲେ ମୋଟା ଅଙ୍କର ଟଙ୍କା । ହଜାର ହଜାର ଧାନ ଜମିରେ ଫସଲ ପାଚିସାରିଛି । ଅଧା ଧାନ କଂଚା ରହିଥିବା ବେଳେ ଅଧା ଧାନ ଗଛରେ କେଣ୍ଡା ବାହାରିଛି ।
ଚାଷୀ ଯେତିକି ଧାନ ଅମଳ କରିବାକୁ ପ୍ରତିଶ୍ରୁତି ପାଇଥିଲା ସେହି ଅନୁସାରେ ଧାନ ଅମଳ ହୋଇନଥିବାରୁ ଚାଷୀର ଚିନ୍ତା ବଢିଯାଇଛି । ୨ ହଜାର ଏକରରୁ ଅଧିକ ଜମିରେ ଏଭଳି ଅବସ୍ଥା ଦେଖାଦେଇଛି । ଚିନ୍ତାରେ ଅଛନ୍ତି ଚାଷୀ । କେରାପୁଟ ଜୟପୁର ବ୍ଲକରେ ଭଳି ପରିସ୍ଥିତି ଦେଖାଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/20-31.jpg)
/kanak/media/post_attachments/wp-content/uploads/2020/09/3-2.jpeg)