କନକ ବ୍ୟୁରୋ : କର୍ଣ୍ଣାଟକର କୋଲାରରେ ଥିବା ‘ଓ୍ଵିଷ୍ଟ୍ରୋନ୍’ର କାରଖାନାରେ ହିଂସାକାଣ୍ଡ ସମୟରେ ହଜାର ହଜାର ଆଇଫୋନ୍ ଲୁଟ୍ ହୋଇଥିବାରୁ କମ୍ପାନିର ୪୪୦ କୋଟି ଟଙ୍କା କ୍ଷତି ହୋଇଛି। ପୁଲିସ ଏବଂ ଶ୍ରମ ବିଭାଗକୁ କରିଥିବା ଅଭିଯୋଗରେ କମ୍ପାନି ଏ କଥା ଉଲ୍ଲେଖ କରିଛି।
କୋଲାର ଜିଲ୍ଲାର ନରସପୁର ଶିଳ୍ପାଞ୍ଚଳରେ ଏହି କାରଖାନା ଅବସ୍ଥିତ। ଦରମା ଦିଆଯାଇ ନ ଥିବା କାରଣରୁ ଶନିବାର ଦିନ ଉକ୍ତ ଆଇଫୋନ୍ କାରଖାନାରେ କାର୍ୟ୍ୟ କରୁଥିବା କର୍ମଚାରୀମାନେ ଉତ୍ତ୍ୟକ୍ତ ହୋଇ ଢେଲାପଥର ଫିଙ୍ଗାଫିଙ୍ଗି କରିବା ସହ ଆସବାବପତ୍ର, ଝରକା କାଚ, ଯାନବାହନ, କମ୍ପ୍ୟୁଟର୍, ଲ୍ୟାପ୍ଟପ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ କରି ପକାଇଥିଲେ।
ଦୁଇଟି ସିଫ୍ଟ୍ରେ ଏହି କମ୍ପାନିରେ ପ୍ରାୟ ୭ରୁ ୮ ହଜାର କର୍ମଚାରୀ କାର୍ୟ୍ୟ କରନ୍ତି। ଉତ୍ତ୍ୟକ୍ତ କର୍ମଚାରୀଙ୍କୁ ଘଉଡ଼ାଇବା ନିମନ୍ତେ ପୁଲିସ ଚାଠି ଚାଳନା କରିଥିଲା।
‘ଓ୍ଵିଷ୍ଟ୍ରୋନ୍’ କାରଖାନାରେ କର୍ମଚାରୀଙ୍କ ହିଂସାକାଣ୍ଡକୁ କର୍ଣ୍ଣାଟକ ସରକାର ନିନ୍ଦା କରିଛନ୍ତି। କର୍ଣ୍ଣାଟକ ଶ୍ରମମନ୍ତ୍ରୀ ଶିବରାମ ହେବ୍ଦର ଏହି ଘଟଣାକୁ ନିନ୍ଦା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ସିଏନ୍ ଅଶ୍ୱଥନାରାୟଣ କହିଛନ୍ତି ଯେ, ଅପରାଧିମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ବିରୋଧରେ ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2020/12/India-iPhone-main1-750.jpg)