କରୋନା ନେଇ ଡାକ୍ତର ଅଶୋକ ମହାପାତ୍ରଙ୍କ ବଡ ଆଶଙ୍କା: କହିଲେ, ଓଡିଶାରେ ହୋଇପାରୁନି ସମସ୍ତ ଆକ୍ରାନ୍ତଙ୍କ କଂଟ୍ରାକ୍ଟ ଟ୍ରେସିଂ; ରାଜ୍ୟରେ ଏଡାଇ ଦିଆ ନଯାଇପାରେ ଗୋଷ୍ଠୀ ସଂକ୍ରମଣ ସମ୍ଭାବନା

782

କନକ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ବଡ ଆଶଙ୍କା କରିଛନ୍ତି ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର । କହିଛନ୍ତି, ଓଡିଶାରେ ବର୍ତମାନ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।ଯେତେବେଳେ କଂଟାକ୍ଟ ଟ୍ରେସିଂ ହୋଇନପାରେ ସେତେବେଳେ ଗୋଷ୍ଠୀ ସଂକ୍ରମଣ ନେଇ ଆଶଙ୍କା କରାଯାଏ । କିିନ୍ତୁ ଏବେ ସୁଦ୍ଧା ରାଜ୍ୟରେ ସମସ୍ତଙ୍କ କଂଟାକ୍ଟ ଟ୍ରେସିଂ ହୋଇପାରୁନି ବୋଲି ସୋଆ କୁଳପତି ଡାକ୍ତର ଅଶୋକ ମହାପାତ୍ର ।

ସେହିପରି ରାଜ୍ୟରେ ଖୁବ ଶୀଘ୍ର ପ୍ଲାଜମା ଥେରାପି ଆରମ୍ଭ ହେବ ।   କରେନାରେ ଭଲ ହୋଇଥିବା ଲୋକଙ୍କ ପାଖରୁ  ପ୍ଲାଜମା ନିଆଯିବ । ପ୍ରୋଟୋକଲ ଅନୂୁସାରେ ଏହି ପ୍ରୟୋଗ କରାଯିବ । ଗୋଟିଏ ସପ୍ତାହ ଭିତରେ ଏହା ଆରମ୍ଭ ହେବ । ସେହିପରି କରୋନା ଭ୍ୟାକସିନ ଉପରେ ଗତକାଲି ଆଇସିଏମଆର ସମକୁ ଅନୁମତି ଦେଇଛି ।   ୫ରୁ ୧୦ ଦିନ ଭିତରେ ଏହି ପ୍ରକ୍ରିୟା ଆରମ୍ଭ ହେବ । ଅଗଷ୍ଟ ୧୫ ସୁଦ୍ଧା ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି ।

ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୫୬୧ ନୂଆ କରୋନା ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୯ରେ ପହଚିଂଛି । ମୃତକ ଦୁଇ ଜଣ ଗଂଜାମ ଜିଲ୍ଲାର ।  ୫୬୧ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ  ସଂଗରୋଧ କେନ୍ଦ୍ରରୁ ୪୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୩୬ ଜଣ ସ୍ଥାନୀୟ ଲୋକ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୨୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୮୧, ରାୟଗଡା ୭୬, ଖୋର୍ଦ୍ଧାରୁ ୨୬, ମୟୂରଭଞ୍ଜରୁ ୧୦, ସମ୍ବଲପୁରରୁ ୮, ଜଗତସିଂହପୁରରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ ଆକ୍ରାନ୍ତ ସଂଖ୍ୟା ୮ ହଜାର ୧୦୬ରେ ପହଁଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫ ହଜାର ୫୦୨ ସୁସ୍ଥ ହୋଇଥିବାବେଳେ ୨ ହଜାର ୫୬୭ ସକ୍ରିୟ ରୋଗୀ ଅଛନ୍ତି ।