କନକ ବ୍ୟୁରୋ: ରାଜସ୍ଥାନର ଭରତପୁରରେ ମୋକଦ୍ଦମାରେ ଖଲାସ ହେବାକୁ ନେଇ ଖୁସିରେ ନାଚୁଥିବା ବେଳେ ପୁଣିଥରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ୨ ଗୋଷ୍ଠୀ ମଧ୍ୟରେ ପଥରମାଡ ହେବା ସହ ଜଳାପୋଡା ମଧ୍ୟ କରିଛନ୍ତି ହିଂସାକାରୀ । ଏଥିରେ ଏକାଧିକ ଲୋକ ଆହତ ହୋଇଥିବା ଖବର ରହିଛି ।
ହିଂସା ରୋକିବାକୁ ସ୍ଥାନୀୟ ପୋଲିସ ଛାଉଣୀ ହୋଇଛି । ୨୦୧୩ ମସିହାରେ ହୋଇଥିବା ଘଟଣାକୁ ନେଇ ସୋମବାର ଦ୍ୱିତୀୟ ଥର ପାଇଁ ମଥୁରା ଗେଟ୍ ଥାନା ଅନ୍ତର୍ଗତ ବୁଦ୍ଧର ହାଟରେ ହୋଇଛି । ଉପଦ୍ରବକାରୀ ବାଇକ୍ ଗୁଡିକୁ ନିଆଁ ଲଗାଇଦେଇଛନ୍ତି । ପୋଲିସ ଏହି ମାମଲାରେ ୧୫ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ଡିଭିଜିନାଲ କମିଶନର ସାମ୍ବରମଲ ବର୍ମା, ଡିଏମ୍ ଓ ଆଇଜି, ଏସପିଙ୍କ ସହ ପୋଲିସ ଅଧିକାରୀ ସେଠାରେ ତୀକ୍ଷ୍ଣ ନଜର ରଖିଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/3-12.jpg)