ରାଜଧାନୀରେ ବିୟୁଟି ପାର୍ଲର ଭିତରେ ହଙ୍ଗାମା : ଟଙ୍କା ଆଦାୟ କରିବାକୁ ବାଉନ୍ସର ଧରି ପହଞ୍ଚିଗଲେ ମହିଳା

ପାର୍ଲର ମାଲିକଙ୍କୁ ଦେଖାଇଲେ ନାଲି ଆଖି, ଭିଡିଓ ଭାଇରାଲ

518

କନକ ବ୍ୟୁରୋ : ପାର୍ଲର ଭିତରେ ଦାଦାଗିରି । ବାଉନସରଙ୍କୁ ସାଙ୍ଗରେ ନେଇ ପାର୍ଲରରେ ତାଲା ପକାଇଦେଲେ ଲେଡି ଡନ ସୀମା । ଲେଡି ଡନ ସୀମାଙ୍କ ଠାରୁ ପାର୍ଲର ମାଲିକଙ୍କ ବନ୍ଧୁ ୩ ଲକ୍ଷ ଟଙ୍କା ଉଧାର ନେଇଥିଲେ । କିନ୍ତୁ ପରେ ଟଙ୍କା ଫେରାଇନଥିଲେ । ପାର୍ଲରର ମାଲିକ ଏଥିରେ ମଧ୍ୟସ୍ତି ଥିବା ଯୋଗୁ ଟଙ୍କା ପାଇଁ ତାଙ୍କ ଉପରେ ଜୁଲମ କରିଛନ୍ତି ଲେଡି ଡନ । ଏଭଳି ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡ ଅଂଚଳରେ ।

ପାର୍ଲର ମାଲିକ ଜଣେ ମହିଳା ହୋଇଥିବା ବେଳେ ଲେଡି ଡନ ସୀମା ତାଙ୍କ ପାର୍ଲର ଭିତରେ ପଶି ଦୁବ୍ୟବହାର କରିଛନ୍ତି । ଏପିରିକି ତିନି ମାସ ଭିତରେ ଟଙ୍କା ନଫେରାଇଲେ ପାର୍ଲରକୁ ବିକି ଦେବାକୁ ଧମକ ଦେଇଛନ୍ତିି ଲେଡି ଡନ । ଏନେଇ ପାର୍ଲର ମାଲିକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ୧୦ ଦିନ ଥାନାରେ ରାତି ୧୦ ଟା ଯାଏ ମହିଳା ଜଣଙ୍କ ଅପେକ୍ଷା କରିଥିଲେ ମଧ୍ୟ ପୋଲିସ କିଛି ବୁଝିନଥିଲା । ଥାନା ବାହାରେ ବାଉନସରଙ୍କୁ ଧରି ଲେଡି ଡନ ସୀମା ଧମକ ଦେଉଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଲେଡି ଡନଙ୍କ ଭୟରେ ସେ ୨ ଦୁଇ ଦିନ ହେବ ପାର୍ଲର ବନ୍ଦ ରଖିଛନ୍ତି ବୋଲି କହିଛନ୍ତି ମହିଳା ।