ଦଳରେ ସାମିଲ ହେବାକୁ ମିଳିନଥିଲା ଅନୁମତି: କୋର୍ଟରେ କେସ ଲଢି ଜିତିଲେ, ଦେଶ ପାଇଁ ପଦକ ଆଣିଲେ

170

କନକ ବ୍ୟୁରୋ: ୨୨ ତମ କମନୱେଲଥ ଗେମ୍ସରେ ଭାରତ ପାଇଁ ହାଇଜମ୍ପରେ ପଦକ ଜିତିଛନ୍ତି ତେଜସ୍ୱିନି ଶଙ୍କର । ସେ ଏହି ଇଭେଣ୍ଟରେ ୯୨ ବର୍ଷର ଇତିହାସରେ ପଦକ ଜିତିଥିବା ପ୍ରଥମ ଆଥଲେଟ । ସେ ୨.୨୨ ମିଟର ହାଇଜମ୍ପ ମାରି ବ୍ରୋଞ୍ଚ ପଦକ ହାସଲ କରିଥିଲେ । ତେବେ ତାଙ୍କର ଏହି ସଫଳତା ପଛରେ ରହିଛି ଏକ ସଂଘର୍ଷମୟ କାହାଣୀ ।

ଏହି ଇଭେଣ୍ଟ ଆରମ୍ଭ ହେବାର ମାତ୍ର ୩ ଦିନ ପୂର୍ବରୁ ତେଜସ୍ୱିନି ଯାଇ ବର୍ମିଂହାମରେ ପହଞ୍ଚିଥିଲେ । କାରଣ ତାଙ୍କୁ ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆ ଦଳରୁ ବାହାର କରିଦେଇଥିଲା । ତେଜସ୍ୱିନି ଭାରତର ଅନ୍ତଃ ରାଜ୍ୟ ମିଟରେ ଭାଗ ନେଇନଥିଲେ । ଯେତେବେଳେ ଏହି ଟୁର୍ଣ୍ଣାମେଣ୍ଟ ହେଉଥିଲା ସେତେବେଳେ ସେ ଆମେରିକାରେ ଟ୍ରେନିଂ ନେଉଥିଲେ । ଏହାରି ଭିତରେ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଆଉ କୋର୍ଟ ତାଙ୍କୁ ପଠାଇବାକୁ ନେର୍ଦ୍ଦେଶ ଦେଇଥିଲେ । ସେ ଭାରତୀୟ ଦଳରେ ସାମିଲ ହୋଇଥିବା ଶେଷ ଆଥଲେଟ ଥିଲେ ।

ତେବେ ଅନୁମତି ମିଳିବା ପରେ କମନୱେଲଥ ଯାଇ ସେଠାରେ ଇତିହାସ ରଚିଛନ୍ତି । ହାଇଜମ୍ପ ଇଭେଣ୍ଟରେ ପଦକ ଜିତିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ ।