କନକ ବ୍ୟୁରୋ : କମନୱେଲଥ ଗେମର ତୃତୀୟ ଦିନ ସୁଦ୍ଧା ବିଭିନ୍ନ ପ୍ରତିଯୋଗିତାରେ ଭାରତକୁ ବିଶେଷ ସଫଳତା ମିଳିଛି । ଏପର୍ଯ୍ୟନ୍ତ ଭାରତକୁ ଦୁଇଟି ସ୍ୱର୍ଣ୍ଣପଦକ ସହ ମୋଟ ୫ ଟି ପଦକ ମିଳିଛି । ଏହି କ୍ରମରେ ଏବେ ଭାରତୀୟ ମହିଳା କ୍ରିକେଟ ଟିମ୍ ପାକିସ୍ତାନକୁ ପରାଜିତ କରି ଆଉ ଏକ ରେକର୍ଡ ସୃଷ୍ଟି କରିଛି । କମନୱେଲଥ ଗେମରେ ଅନୁଷ୍ଠିତ ହେଉଥିବା ଟି-୨୦ ମ୍ୟାଚରେ ଭାରତ ପାକିସ୍ତାନକୁ ପରାଜିତ କରିଛି ।

Advertisment

ଏହି ଟି-୨୦ ମ୍ୟାଚରେ ପାକିସ୍ତାନକୁ ୮ ୱିକେଟରେ ପରାଜିତ କରିଛି ଭାରତୀୟ ଦଳ । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ସ୍ମୃତି ମାନ୍ଧନା ୪୨ ବଲରେ ୬୩ ରନର ପାଳି ଖେଳି ନଟଆଉଟ ଥିଲେ । ସେ ୮ ଟି ଚୌକା ଓ ୩ ଟି ଛକ୍କା ମାରି ପାକିସ୍ତାନ ଟିମକୁ ବେହାଲ କରିଦେଇଥିଲେ । ପାକିସ୍ତାନ ଟିମ ପ୍ରଥମେ ବ୍ୟାଟିଂ କରି ୯୯ ରନରେ ସମସ୍ତ ୱିକେଟ ହରାଇଥିଲା । ଏହାର ଜବାବରେ ସ୍ମୃତି ମାନ୍ଧନାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ୧୧.୪ ଓଭରରେ ମାତ୍ର ୨ ୱିକେଟ ହରାଇ ମ୍ୟାଚ ଜିତିଥିଲା ।

କହିରଖୁ କି ଭାରତୀୟ ମହିଳା କ୍ରିକେଟ ଟିମ୍ କମନୱେଲଥ ଗେମରେ ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ସହ ଖେଳି ପରାଜିତ ହୋଇଥିଲେ । ଏହି ମ୍ୟାଚଟି ବର୍ଷା କାରଣରୁ ୨୦ ଓଭର ସ୍ଥାନରେ ୧୮ ଓଭର ଖେଳାଯାଇଥିଲା ।