ରାଜ୍ୟଗୋଷ୍ଠୀ କ୍ରୀଡାର ଚତୁର୍ଥ ଦିନରେ ଆଉ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ଭାରତ ଖାତାରେ ଏହି ପଦକ ଥିଲା ଆଜିର ତୃତୀୟ ସ୍ୱର୍ଣ୍ଣ ପଦକ । ଭାରତକୁ ଆଉ ଏକ ସ୍ୱର୍ଣ୍ଣ ଦେଇଛନ୍ତି ଭାରତୀୟ ମହିଳା ଟେବୁଲ ଟେନିସ ଦଳ। ଏହି ପ୍ରତିଯୋଗିତାରେ ସିଙ୍ଗାପୁରକୁ ଭାରତ ୩-୧ରେ ପରାସ୍ତ କରିଛି। ଏହା ପୂର୍ବରୁ ଭାରତର ଭାରୋତ୍ତୋଳକ ବିକାଶ ଠାକୁର ରବିବାର ୩ୟ କାସ୍ୟ ପଦକ ଆଣିଛନ୍ତି। ବିକାଶ ୯୪ କିଲୋଗ୍ରାମ ଭାରବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି। ବିକାଶ ୩୫୧ କିଲୋଗ୍ରାମ ଭାର ଉଠାଇଛନ୍ତି। ସେ ସ୍ନେଚରେ ୧୫୯ ଭାର ଉଠାଇ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। କ୍ଲିନ ଆଣ୍ଡ ଜାର୍କରେ ସେ ଭଲ ପଦର୍ଶନ କରି ନଥିଲେ। ଏହି କାରଣରୁ କାଂସ୍ୟ ପଦକରେ ତାଙ୍କୁ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ଭାରତ ଖାତାରେ ଏପର୍ୟ୍ୟନ୍ତ ୭ଟି ସ୍ୱର୍ଣ୍ଣ, ଆସିଛି।
ଅଷ୍ଟ୍ରେଲିଆର ଗୋଲଡକୋଷ୍ଟରେ ଅନୁଷ୍ଠିତ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୫ମ ଦିନରେ ରିପୋର୍ଟ ଲେଖାଯିବା ବେଳକୁ ୧୬ ବର୍ଷୀୟ ମନୁ ଭାକେର ମହିଳା ବର୍ଗରେ ୧୦ ମିଟର ଏୟାର ପିସ୍ତଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ବ୍ୟତୀତ ଏହି ଖେଳରେ ହୀନା ସିନ୍ଧୁ ରୌପ୍ୟ ପଦକ ଆଣିଛନ୍ତି । ଫାଇନାଲ ମୁକାବିଲାରେ ମନୁ ୨୪୦.୯ ସ୍କୋର କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କୁ ୨୩୪ ଅଙ୍କ ମିଳିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/86467-mrvtghuknf-1523191035.jpg)
/kanak/media/post_attachments/wp-content/uploads/2018/04/2018-04-08T030321Z_2038784127_UP1EE4808HK8Z_RTRMADP_3_GAMES-COMMONWEALTH-300x168.png)
/kanak/media/post_attachments/wp-content/uploads/2018/04/ehmvnkvpvc-1523190612-300x87.png)