ଅଷ୍ଟ୍ରେଲିଆର ଗୋଲଡକୋଷ୍ଟରେ ଆଜିଠାରୁ ରାଜ୍ୟଗୋଷ୍ଠୀ କ୍ରୀଡା : ପ୍ରତିଯୋଗିତାରେ ୧୯ ଖେଳର ୨୭୫ ଇଂଭେଟ, ଭାଗନେବେ ଭାରତ ସମେତ ୭୧ ଦେଶ

81

କନକ ବ୍ୟୁରୋ : ଆଜିଠାରୁ ୨୧ ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେଉଛି । ଅଷ୍ଟ୍ରେଲିଆର ସହର ଗୋଲ୍ଡକୋଷ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଖେଳାଯିବ । ଭାରତୀୟ ସମୟ ଅପରାହ୍ନ ୨ଟା ୩୦ରେ ପ୍ରତିଯୋଗିତାର ଉଦଘାଟନ ହେବ । ଆଜି ଉଦଘାଟନୀ ଉତ୍ସବ ଥିବା ବେଳେ କାଲି ଠାରୁ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବ । ୧୨ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତା ୧୫ ତାରିଖରେ ଉଦଯାପିତ ହେବ । ଏହି ପ୍ରତିଯୋଗିତାରେ ମୋଟ୍ ୧୯ଟି ଖେଳର ୨୭୫ଟି ଇଭେଂଟ ଅନୁଷ୍ଠିତ ହେବ । ୭୧ଟି ଦେଶର ୬ ହଜାରରୁ ଅଧିକ କ୍ରୀଡ଼ାବିତ୍ ଏଥିରେ ଭାଗ ନେବେ ।

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମାସ୍କଟ ରହିଛି ବୋରୋବି । ବୋରୋବି ହେଉଛି ନୀଳ କୋଆଲା । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଭାରତ ୨୨୫ ଜଣ ଖେଳାଳ ପଠାଇଛି । ଏମାନଙ୍କ ମଧ୍ୟରେ ୮ ଜଣ ଓଡ଼ିଆ ଖେଳାଳି ରହିଛନ୍ତି । ମହିଳା ହକି ଦଳରେ ୪ ଜଣ ଓଡ଼ିଆ ଖେଳାଳି ଅଛନ୍ତି । ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୧୫ଟି ସ୍ୱର୍ଣ୍ଣ, ୩୦ଟି ରୌପ୍ୟ ଓ ୧୯ଟି ବ୍ରୋଞ୍ଜ ସହ ମୋଟ ୬୪ଟି ପଦକ ଜିତିଥିଲା । ଏଥର ଭାରତର ପଦକ ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି ।