ଭାରତ ସମେତ ବିଶ୍ୱର ଅନ୍ୟାନ୍ୟ ଦେଶରେ ବିଭିନ୍ନ ପ୍ରକାରର ଔଷଧର ବ୍ୟବହାର କରାଯାଇଥାଏ । କିନ୍ତୁ ସେଥି ମଧ୍ୟରୁ ଏପରି ଅନେକ ଔଷଧ ଅଛି ଯାହା ଲୋକ ମାନେ ଅଧିକ ବ୍ୟବହାର କରିଥାନ୍ତି । ତେବେ ଆସନ୍ତୁ ଜାଣିବା ବିଶ୍ୱସ୍ତରରେ ଏବେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଔଷଧ କଣ ।

Advertisment

publive-imageସୂଚନା ଅନୁଯାୟୀ, ଦେଶରେ ଅଧିକ ବ୍ୟବହୃତ ହେଉଥିବା ଔଷଧ ହେଉଛି ଆଣ୍ଟିବାୟୋଟିକ୍ସ୍। ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ,୨୦୦୦ରୁ ୨୦୧୦ ମଧ୍ୟରେ ଆଣ୍ଟିବାୟୋଟିକ୍ସକୁ ବିଶ୍ୱରେ ୫୦ ରୁ ୭୦ ପ୍ରତିଶତ ଲୋକ ବ୍ୟବହାର କରୁଛନ୍ତି । ଏହାର ବ୍ୟବହାର ଭାରତ,ଚୀନ,ବ୍ରାଜିଲ୍,ଋଷିଆ ଓ ଦକ୍ଷିଣ ଆଫ୍ରିକାରେ ଅଧିକ ମାତ୍ରାରେ କରାଯାଉଥିବା ଜଣାଯାଇଛି।

କିନ୍ତୁ ଏବେ ବି ଅଧିକ ଆଣ୍ଟିବାୟୋଟିକ୍ସର ବ୍ୟବହାରକୁ ବିରୋଧ କରାଯାଉଛି । ଅଷ୍ଟ୍ରେଲିଆର କୁଇନସଲାଣ୍ଡ୍ ବୈଷୟିକ ବିଶ୍ୱବିଦ୍ୟାଳୟର ଗବେଷକ ଇବାନୁଏଲ ଏଡେବ୍ୟୁଙ୍କ ଅନୁଯାୟୀ, ଆଣ୍ଟିବାୟୋଟିକ୍ସ୍ ମେଡିସିନ୍ର ମାତ୍ରାଧିକ ସେବନ ଫଳରେ ସଂକ୍ରମଣର ଆଶଙ୍କା ଅଧିକ । ସେ ଆହୁରି ମଧ୍ୟ କହିଛନ୍ତି ଯେ, କେତେକ କ୍ଷେତ୍ରରେ ଆଣ୍ଟିବାୟୋଟିକ୍ସ୍ ସେବନ ରୋଗୀର ମୃତ୍ୟୁର କାରଣ ହେଉଛି। ଏହି ଗବେଷଣା ୨୪ଟି ଦେଶରେ କରାଯାଇଛି, ଯାହା ‘ଦ ଜର୍ଣ୍ଣାଲ୍ ଅଫ୍ ଇନ୍ଫେକସନ୍’ରେ ପ୍ରକାଶିତ ହୋଇଛି। ଏହାସତ୍ତ୍ୱେ ଏବେ ଏହି ମେଡିସିନକୁ ଲୋକେ ଛାଡୁ ନାହାନ୍ତି।